ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସେବା ସଂଘ ସଦସ୍ୟର ଚେତାବନୀ ଦାବି ପୂରଣ ନ ହେଲେ ୩୧ ଅଗଷ୍ଟ ରୁ ସାମୁହିକ ଛୁଟିରେ ଯିବେ 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା କୃଷି ସେବା ସଂଘର ସମସ୍ତ ସଦସ୍ୟ ଶୁକ୍ରବାର ଦିନ ଜିଲ୍ଲାପାଳ ପି ଅନ୍ୱେଷ। ରେଡିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଗତ ୮ ତାରିଖ ଦିନ ସଂଘ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।କିନ୍ତୁ କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଏହାକୁ ସ୍ଥଗିତ ରଖା ଯାଇକୃଷି ସେବା ସଂଘ ସଦସ୍ୟର ଚେତାବନୀ ଦାବି ପୂରଣ ନ ହେଲେ ୩୧ ଅଗଷ୍ଟ ରୁ ସାମୁହିକ ଛୁଟିରେ ଯିବେ  ଥିଲା ।କିନ୍ତୁ ଏଯାଏଁ କୌଣସି ସଫଳ ନ ମିଳିବାରୁ କୃଷି ସେବା ସଂଘ ଆସନ୍ତା ୩୧ ତାରିଖରୁ ସାମୁହିକ ଛୁଟିରେ ଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଖାଲି ପଦବୀ ପୂରଣ ,ପଦୋନ୍ନତି ,ପ୍ରଥମ ଶ୍ରେଣୀ ପାହ୍ୟାରେ ଅଧିକାରୀ ଙ୍କ ପ୍ରଥମ ନିଯୁକ୍ତି ତଥା ବିଭାଗର ବିଭିନ୍ନ ଅସୁବିଧା ଗୁଡିକ ସରକାର ଅଣ ଦେଖା କରୁଥିବା ରୁ କୃଷି ଅଧିକାରୀ ମାନେ ମାତ୍ରା ଧିକ ଚାପର ବଶବର୍ତ୍ତୀ ହୋଇ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ।ଦୀର୍ଘ ୯ ବର୍ଷ ଧରି ସରକାର କୃଷି ବିଭାଗର ପୁନର୍ବିନ୍ୟାସ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ତଥା ପର୍ଯ୍ୟାଲୋଚନା କରି ମଧ୍ୟ କୌଣସି ସୁଫଳ ଆଜି ପ୍ରଯ୍ୟନ୍ତ ମିଳିପାରିନାହିଁ ।ଜୁଲାଇ ୧୪ ତାରିଖରେ ରାଷ୍ଟ୍ରୀୟ କୃଷି ସମ୍ପ୍ରସାରଣ ଓ ପ୍ରବନ୍ଧକ ସଂସ୍ଥାନରେ ଗଠିତ କମିଟି ସରକାରଙ୍କୁ କ୍ୟାଡର ପୁନର୍ବିନ୍ୟାସ ସମନ୍ଧିତ ସୁପାରିଶ ପତ୍ର ଏବଂ ଏହାର ସମର୍ଥନ ପ୍ରତିପାଦନ କରିଛନ୍ତି ।କିନ୍ତୁ ସରକାର ପ୍ରତିଶୃତି ଦେଇ ମଧ୍ୟ ଏ ପ୍ରଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି ।ଏଣୁ କୃଷି ସେବା ସଂଘର କଳାହାଣ୍ଡି ଜିଲ୍ଲା ଶାଖାର ସମସ୍ତ ସଦସ୍ୟ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।ସରକାର ତୁରନ୍ତ ଏ ବାବଦରେ ପଦକ୍ଷେପ ନ ନେଲେ କୃଷି ସେବା ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ ପୂର୍ବକ ଆସନ୍ତା ଅଗଷ୍ଟ ୩୧ ତାରିଖଠାରୁ ସମୂହ କାର୍ଯ୍ୟବନ୍ଦ ଡାକରା ସହ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡବିଲରେ ସଫଳ କନ୍ୟା ଶିବିର ଆୟୋଜିତ

Sunil Chandra Nayak

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

Leave a Comment

error: Content is protected !!