ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

ଡାବୁଗାଁ, ୨୨/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ନେଇ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଏକ ଶୋଭାଯାତ୍ରାରେ ବାହାରି ତମାଖୁ ମୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ | ପରେ ବିଦ୍ୟାଳୟରେ ସଭା କରାଯାଇଥିଲା | ଏଥିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଞ୍ଚଳିକ ପରାମର୍ଶଦାତା ସୁଶୀଲ ମନୋଜ କର୍କରା ଯୋଗ ଦେଇ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ କହିବା ସହ ତମାଖୁ ୨ ପ୍ରକାର ଯଥା:- ଧୂମକାରୀ ତମାଖୁ ଓ ଧୂମହୀନ ତମାଖୁ, ତମାଖୁର କ୍ଷତିକାର ଉପାଦାନ, ତମାଖୁ ସେବନର କୁ ପ୍ରଭାବ ଓ ୨୦୦୩ କୋଟପା ଅଧିନିୟମ ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସଡର ଶିକ୍ଷୟତ୍ରୀ ସବିତା ଦାଶ ଓ ଶର୍ମିଳା ଜେନା, ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରୀ ମାନସୀ ମହାନ୍ତି, ପୁଷ୍ପଲତା ସାମଲ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ରାମକାନ୍ତ ସାହୁ ଭକଚନ୍ଦ ମାଝି, ଗୋବିନ୍ଦ ଭତରା ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

Sunil Chandra Nayak

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

Sunil Chandra Nayak

Leave a Comment

error: Content is protected !!