ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

ସୋସିଆଲ ମିଡ଼ିଆରେ ହିନ୍ଦୁ ଦେବାଦେବୀଙ୍କ ଆପତ୍ତି ଜନକ ପୋଷ୍ଟ ନେଇ ଆଜି ଖଡ଼ିଆଳ ଠାରେ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ହିନ୍ଦୁ ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ଦୋକାନ ବଜାର ଖୋଲା ଯାଇନି।ସରକାରୀ, ବେସରକାରୀ ଅଫିସ୍, ଶିକ୍ଷାନଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ପେକେଟିଂ କରାଯାଉଛି। ଯାନବାହାନ ଚଳାଚଳ ସ୍ବଭାବିକ ରହିଛି। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆ ଫେସବୁକରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଆପତ୍ତି ଜନକ ପୋଷ୍ଟ କରିଥିବା ନେଇ ଗତକାଲି  ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ଅଟକ ରଖି ଆଜି କୋର୍ଟ ଚାଲାଣ କରାଯାଇଛି। ସେହିପରି ସେ ଖଡ଼ିଆଳ ଏନ୍ଏସି ରେ ଆଉଟ୍ ସୋର୍ଶିଂ ରେ କାର୍ଯ୍ୟରତ କରୁଥିବାରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହେଉଛି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେମିତି ନହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି, ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି। ଖଡ଼ିଆଳ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଆନ୍ଦୋଳନ ସମୟରେ ବିନୋଦ ଅଗ୍ରୱାଲ, ଉଜ୍ଜ୍ୱଳ ଗୁପ୍ତା, ସୁଜିତ ପାତ୍ର,ସୁନିଲ କୁମାର ନାଗ, ଅକ୍ଷୟ ନନ୍ଦ, ବିକାଶ ଶୁକ୍ଳା,ସୁରେନ ଶର୍ମା, ଦୀପକ ବର୍ମା, କମଳ ବର୍ମା, ବିକାଶ ବର୍ମା, ପ୍ରବୀଣ ତ୍ରିବେଦୀ, ଆହ୍ୱାନ ଯୋଶୀ, ବଣ୍ଟି ତାଣ୍ଡି, ଈଶ୍ୱର ଅଗ୍ରୱାଲ, ସିତୁ ନାଏକ, ବଣ୍ଟି ଶୁକ୍ଳା, ଅର୍ଜୁନ ପ୍ରଧାନୀ, ଧିରୁ ବର୍ମା, ସୁରଜ ଅଗ୍ରୱାଲ, ବାଦା ଭୋଇ ସମେତ ଶତାଧିକ ହିନ୍ଦୁ ଧର୍ମାଲମ୍ବି ଜନ ସାଧାରଣ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ଶିଶୁ ବାଟିକା ବିଦ୍ୟାଳୟ ପାଇଁ ତାଲିମ ଶିବିର ଆୟୋଜନ,ଭାଗନେଲେ ୧୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

masiha

Leave a Comment

error: Content is protected !!