ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଯୁବ କଂଗ୍ରେସ ତରଫରୁ ଦାବୀ ପତ୍ର

ନର୍ଲା/ମସିହା /24/08/23// କେନ୍ଦ୍ର ରେଳମନ୍ତ୍ରାଳୟ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଠାରେ କୋଭିଡ -19 ପୂର୍ବରୁ ଯେଉଁ ସବୁ ଟ୍ରେନ ରହୁଥିଲା ତାହା ବର୍ତ୍ତମାନ ସୁଦ୍ଧା ରହୁନଥିବା ଯୋଗୁଁ ଯାତ୍ରୀ ମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନର୍ଲାରୋଡ଼ ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ନେଇ ନର୍ଲାନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱ ରେ ବରିଷ୍ଠ କଂଗ୍ରେସ ନେତା ସୁଦାମ ଚରଣ ପଧାନ,ନିତିନ କୁମାର ବାଗ,ଉପେନ୍ଦ୍ର ପଧାନ, ପିଣ୍ଟୁ ନାଗ, କୁଞ୍ଜ ବଛା, ଅକ୍ଷୟ ନାଗ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଷ୍ଟେସନ ମ୍ୟାନେଜର ଶ୍ରୀ ବେହେରା ମାଧ୍ୟମରେ ରେଳମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଉକ୍ତ ଦାବିପତ୍ର ରେ ଉଲ୍ଲେଖ ଅଛି ନର୍ଲାରୋଡ ଠାରେ କିପରି ସମତା, ଏଲେପି ଓ ତିରୁପତି ଏକ୍ସପ୍ରେସ ଶୀଘ୍ର ରହିବ ନଚେତ ରେଳରୋକ ଆନ୍ଦୋଳନ ହେବ ସେନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l

ଦୀପକ ଠାକୁର, ନର୍ଲା

Related posts

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

masiha

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

masiha

ରାଜନଗର ନିର୍ବାଚନ ମଣ୍ଡଳୀର‌ ବିଜେପି ଓ କଂଗ୍ରେସର ଗଣିତ ଅଛିଣ୍ଡା, ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଉଛି

masiha

Leave a Comment

error: Content is protected !!