ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା:୨୪/୮/୨୩: ରାୟଗଡ଼ା ସଦର ସ୍ଥିତ ସ୍ୱେଚ୍ଛାସେବୀ ଶକ୍ତି ଅନୁଷ୍ଠାନ ଏବଂ ଶିଶୁ ସୁରକ୍ଷା ସମିତି ତରଫରୁ ଆଜି ଗୋବିନ୍ଦ ଚନ୍ଦ୍ର ଦେବ (ଜି.ସି.ଡ଼ି) ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି ଅନୁଷ୍ଠାନ ଓ ଶିଶୁ ସୁରକ୍ଷା ସମିତି ର କର୍ମୀ ସାଇନା ସାରକା ଓ ଜଗନ୍ନାଥ ଖୋସଲା ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ସୁରକ୍ଷା, ଶିଶୁ ଚାଲାଣ ଆଦି ଶିଶୁଙ୍କ ପାଇଁ ଆବଶ୍ୟକ, ସୁରକ୍ଷା ଓ ଆଇନ ସଂପର୍କରେ ଏକ ଆଲୋଚନା ଚକ୍ର କରାଯାଇଥିଲା । ଏଥିରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପରୋକ୍ତ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣନା କରିବା ସହ ମାର୍ଗଦର୍ଶନ କରି ସୁରକ୍ଷା ପାଇଁ ଆବଶ୍ୟକ କାନୁନ ସଂପର୍କରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ କର୍ମଚାରୀ ମାନଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

masiha

ଦୁଇ ଦିନ ପରେ ମିଳିଲା ନାବାଳିକା ର ମୃତ ଦେହ

masiha

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

masiha

Leave a Comment

error: Content is protected !!