ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା:୨୪/୮/୨୩: ରାୟଗଡ଼ା ସଦର ସ୍ଥିତ ସ୍ୱେଚ୍ଛାସେବୀ ଶକ୍ତି ଅନୁଷ୍ଠାନ ଏବଂ ଶିଶୁ ସୁରକ୍ଷା ସମିତି ତରଫରୁ ଆଜି ଗୋବିନ୍ଦ ଚନ୍ଦ୍ର ଦେବ (ଜି.ସି.ଡ଼ି) ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି ଅନୁଷ୍ଠାନ ଓ ଶିଶୁ ସୁରକ୍ଷା ସମିତି ର କର୍ମୀ ସାଇନା ସାରକା ଓ ଜଗନ୍ନାଥ ଖୋସଲା ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ସୁରକ୍ଷା, ଶିଶୁ ଚାଲାଣ ଆଦି ଶିଶୁଙ୍କ ପାଇଁ ଆବଶ୍ୟକ, ସୁରକ୍ଷା ଓ ଆଇନ ସଂପର୍କରେ ଏକ ଆଲୋଚନା ଚକ୍ର କରାଯାଇଥିଲା । ଏଥିରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପରୋକ୍ତ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣନା କରିବା ସହ ମାର୍ଗଦର୍ଶନ କରି ସୁରକ୍ଷା ପାଇଁ ଆବଶ୍ୟକ କାନୁନ ସଂପର୍କରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ କର୍ମଚାରୀ ମାନଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରୀଯାନ ଚଳାଚଳ ନେଇ ଅଣନିଶ୍ୱାସୀ ସହରବାସୀ

Sunil Chandra Nayak

ପ୍ରକାଶ ପାଇଲା ସଂକ୍ଷିପ୍ତ ଭୋଟର ତାଲିକା

masiha

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!