ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଶେଷ ହେବ କେବେ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ନବରଙ୍ଗପୁର ୨୫/୮/(ମସିହା) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ ଭଙ୍ଗା ଶ୍ରେଣୀ ଗୃହରେ ଶିକ୍ଷା ଦାନ ଦିଆଯାଉଛି। ବିଦ୍ୟାଳୟରେ ପ୍ରାୟ ୫୦ ଛାତ୍ର ଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ପୁରୁଣା ଟିଣ ଘର ବ୍ୟତୀତ ପିଲାଙ୍କ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ନାହିଁ। ତତ୍କାଳୀନ ଡି ପି ଇ ପି ଅନୁଦାନ ରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ୨୦୧୮_୧୯ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ଅର୍ଦ୍ଧ ନିର୍ମିତ ହୋଇ ଉଭା ହୋଇ ରହିଛି। ଉକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଡିପିଇପି ନବରଙ୍ଗପୁର ତରଫରୁ କାର୍ଯ୍ୟ ୨୦୧୯ ରେ ଆରମ୍ଭ ହୋଇଥିଲା। ଅଟକଳ ମୂଲ୍ୟ ୫ଲକ୍ଷ ଟଙ୍କା ହୋଇଥିବା ବେଳେ ୪ଲକ୍ଷ ଟଙ୍କା ର ବିଲ୍ ହୋଇ ସାରିଛି। ବଳକା ୧ଲକ୍ଷ ଟଙ୍କା ଅଛି। ଏକ ଲକ୍ଷ ଟଙ୍କା ରେ ଏ କାର୍ଯ୍ୟ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି କିମ୍ବା ପ୍ରଧାନ ଶିକ୍ଷକ ଟଙ୍କା କେବେ ଆସିଲା, କିଏ ଉଠାଣ କରିଛି ବୋଲି ପଚାରିବାରୁ ସେ ନବରଙ୍ଗପୁର ଏକ୍ସସିସି ବ୍ୟାଙ୍କ ରେ ଖାତା ଖୋଲିଥିବା ଜାଣିଛି ଟଙ୍କା ବିଷୟରେ ଜାଣି ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି। ଅପର ପକ୍ଷରେ ଗ୍ରାମବାସୀ ସ୍ଥାନୀୟ ବାଜୀରାଉତ ଯୁବକ ସଂଘ କର୍ମ କର୍ତ୍ତା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଶେଷ କରିବାପାଇଁ ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ରାମେଶ୍ଵର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅକ୍ଷମିତା କାର୍ତ୍ତିକ, ପଦ୍ମନାଭ ତ୍ରିପାଠୀ, ଦୁର୍ଯ୍ୟଧନ ଭୋଇ,୪ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଅଭିଯୋଗ କରି ମଧ୍ୟ ନିରାଶ ହୋଇଛନ୍ତି। ଉକ୍ତ ଶ୍ରେଣୀଗୃହ ସମ୍ପୂର୍ଣ୍ଣ କରାଇବା ପାଇଁ କ୍ଷମତା ବିଡ଼ିଓ ଙ୍କ ପାଖେ ନାହିଁ କି? ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି? ଏଭଳି ସ୍ଥିତି ପାଇଁ ହିଁ ରାଜ୍ୟ ର ଶିକ୍ଷା ର ମାନ ୧୦୦ କ୍ରମାଙ୍କ ରୁ୨୪ କ୍ରମାଙ୍କ କୁ ଖସି ଆସିଛି। ତତ୍କାଳୀନ ଡି ପି ଇପି ବ୍ୟବସ୍ଥା ଉଠିଯାଇଛି ,ଉକ୍ତ ବିଭାଗ ରେ କାର୍ଯ୍ୟରତ ବୈଷୟିକ ସହାୟକ ପଞ୍ଚାୟତ ସମିତି ରେ କିଛି ମାସ କାର୍ଯ୍ୟ କରିବା ପରେ ଅନ୍ୟତ୍ର ବଦଳି ହୋଇ ଚାଲିଗଲେ ସିନା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। ଯଦି ଉକ୍ତ ବିଦ୍ୟାଳୟ ର ଶ୍ରେଣୀଗୃହ ନିର୍ମାଣ ବାବଦ ରେ ଆବଣ୍ଟିତ ଅର୍ଥ ଅଛି,ତା ହେଲେ ବୈଷୟିକ ସହାୟକ କାହିଁକି ନିଜେ ସେଥିରେ ହସ୍ତକ୍ଷେପ କରି ଶ୍ରେଣୀ ଗୃହ ଶେଷ କରୁ ନାହାନ୍ତି? ଯଦି ବଳକା ଅର୍ଥରେ ନିର୍ମାଣ ଶେଷ ହେବା ସମ୍ଭାବନା ନାହିଁ , ତେବେ ପଞ୍ଚାୟତ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ର ଗୃହ ନିର୍ମାଣ ଓ ମରାମତି ଦାୟିତ୍ୱ ପାଇଛନ୍ତି l ତେଣୁ ଆବଶ୍ୟକ ଅର୍ଥ ପଞ୍ଚାୟତ ରୁ ଆଣି ଶେଷ କରିବା ଉଚିତ୍ ବୋଲି ସର୍ବ ସାଧାରଣ ରେ ମତ ପ୍ରକାଶ ପାଉଥିଲା। ତଥାପି ନିର୍ମାଣ ଶେଷ ହେବାର ଆଶା ଆଶଙ୍କା ରେ ଅଧା ଗଢ଼ା ହୋଇ ଆଉ କେତେ ବର୍ଷ ରହିଥିବ। ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଅଭିଯୋଗ କିଏ ଶୁଣିବ ? ଏ ବିଷୟରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ଅବଗତ କରିବା ପରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ଵାସନା ଦେଇଛନ୍ତି। ଅପରପକ୍ଷେ ମାସକ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କଲେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିବେ ବୋଲି ଗ୍ରାମ ର ବାଜିରାଉତ ଯୁବକ ସଂଘ ର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। କେବେ ସଂପୂର୍ଣ୍ଣ ଶ୍ରେଣୀ ଗୃହ ନିର୍ମାଣ ଶେଷ ହେଉଛି ନା ନାହି ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

ଦଣ୍ଡପାଟ ଅଞ୍ଚଳ ବେହେରା କୁ ବ୍ଲକ ଦାବି ତେଜିଲା

masiha

ଯୁବ କଂଗ୍ରେସର ଗୋଲାମୁଣ୍ଡା ଆସିଡିଏସ ଅଫିସ ସମ୍ମୁଖରେ ଆମରଣ ଅନଶନ 

Sunil Chandra Nayak

Leave a Comment

error: Content is protected !!