ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବି ରେ ଦାବିପତ୍ର ପ୍ରଦାନ

ରାଉରକେଲା/ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ର ଅନେକ ଗୁଡ଼ିଏ ବସ୍ତି ଆଜକୁ ଅନେକ ବର୍ଷ ଧରି ନାନାଦି ସମସ୍ୟାରେ ଜର୍ଜରିତ। କେତେକ ବସ୍ତିରେ ସାମାନ୍ୟ ମୌଳିକ ସମସ୍ୟା ର ସମାଧାନ ହୋଇପାରିନାହିଁ। ଅନେକ ବସ୍ତିରେ ବିଜୁଳି ଆଲୁଅ, ପାଣି ସୁବିଧା ନ ଥିବାବେଳେ ଅନେକ ବସ୍ତି ବାସିନ୍ଦା ଶିକ୍ଷା ଓ ସ୍ବାସ୍ଥ୍ୟସେବାରୁ ଏବେ ବି ବଞ୍ଚିତ। ଶହଶହ ହିତାଧିକାରୀ ସରକାରୀ ଯୋଜନା ବିଷୟରେ ଜାଣିପାରୁ ନାହାଁନ୍ତି। ଗମନାଗମନ ସୁବିଧା ଠିକ୍‌ ଭାବେ ପହଞ୍ଚିପାରି ନାହିଁ। ୧୯୯୫ ମସିହାରେ ରାଉରକେଲା ଇସ୍ପାତ କାରଖାନା ଏସବୁ ବସ୍ତି ବାସିନ୍ଦା ଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଙ୍କ ସହ ଚୁକ୍ତିନାମା କରିଥିଲେ ମଧ୍ୟ ତାହା କେବଳ ଚୁକ୍ତି ରେ ରହିଯାଇଛି। ତେଣୁ ଏହି ବସ୍ତିଗୁଡ଼ିକୁ ଅବିଳମ୍ବେ ରାଉରକେଲା ମହାନଗର ନିଗମରେ ସାମିଲ୍‌ କରିବାକୁ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ରଘୁନାଥପାଲୀ ର ସମାଜସେବୀ ପ୍ରଶାନ୍ତ ସେଠୀ ଙ୍କ ନେତୃତ୍ବରେ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଦାବି ଜଣାଇଥିଲେ। ହମିରପୁର, ଲୋହାକେରା, ତୁମକେଲା,ବିଶ୍ରା ଛକ ନିକଟସ୍ଥ ଶିବଶଙ୍କର ବସ୍ତି, ଉତ୍ତମ ବସ୍ତି, ତିଲକା ନଗର, ଫୁଲବାରି ବସ୍ତି, ଚମ୍ପାଗଡ଼ ବସ୍ତି, ଶୀତଳପଡା ବସ୍ତି ସହ ଦକ୍ଷିଣ ରାଉରକେଲାର ଫର୍ଟିଲାଇଜର ଟାଉନସିପ୍‌ ଅଞ୍ଚଳର ଲାଲଟାଙ୍କି, ଲେବର କଲୋନୀ, ଫାୟାରଫାଇଟିଂ କଲୋନୀ, ମଡର୍ଣ୍ଣ ଇଣ୍ଡିଆ, ଲିଙ୍ଗଡ଼ା ବସ୍ତି, କଇଁଠା ବସ୍ତି, କନଷ୍ଟ୍ରକସନ କଲୋନୀ, ବାଲିଯୋଡ଼ି ଅଞ୍ଚଳର କିଛି ଅଂଶ, ଟାଙ୍ଗରପାଲ୍ଲି, ବ୍ରିଟାନିଆ କଲୋନୀ ଆଦିର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।ଏହିସବୁ ବସ୍ତିରେ ନାନାଦି ସମସ୍ୟା ଲାଗି ରହିଛି। ଯେତେ ଅଭିଯୋଗ କଲେ ମଧ୍ୟ ସମାଧାନ ହୋଇପାରୁନାହିଁ । ଏଥିପାଇଁ ଅନେକବାର ଆନ୍ଦୋଳନ, ଅନଶନ ମଧ୍ୟ ହୋଇଛି ମାତ୍ର ଫଳ ମିଳୁନାହିଁ। ଏଣୁ ବାଧ୍ୟ ହୋଇ ଉପରୋକ୍ତ ବସ୍ତି ବାସିନ୍ଦା ବସ୍ତି ଗୁଡ଼ିକୁ ତୁରନ୍ତ ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଗଲେ ଆମ ସମସ୍ୟା ସମାଧାନ ହେବ ବୋଲି ଦାବି କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମହାନଗର ନିଗମରେ ଅନ୍ତର୍ଭୁକ୍ତ ହେଲେ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ଏମାନେ ସିଧାସଳଖ ଅନ୍ତର୍ଭୁକ୍ତ ହେବା ସହ ସରକାରୀ ସୁବିଧା ସୁଯୋଗ ଓ ସହାୟତା ପାଇପାରିବେ। ମହାନଗର କମିଶନର ଡା ଶୁଭଙ୍କର ମହାପାତ୍ର ନିଜ ପ୍ରତିକ୍ରିୟା ରେ କହିଥିଲେ ଯେ ଏହି ସମସ୍ୟାର ସମାଧାନ ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆରଏସପି କର୍ତ୍ତୃପକ୍ଷ ଙ୍କୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଞ୍ଚଳ ଆରଏସପିର ସମାଧାନ ନ କରିବ ସେ ସବୁ ଅଞ୍ଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଏ ନେଇ ଖୁବ୍ ଶୀଘ୍ର ସର୍ଭେ ଆରମ୍ଭ ହେବ।

ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ ସେନା ନେତୃତ୍ବ ନେଇଥିବା ବେଳେ ସରୋଜ କୁମାର ନାୟକ,ବିଶ୍ବ ରଞ୍ଜନ ରାଉତ, ରାଜଶ୍ରୀ ମହାପାତ୍ର, ବିଷ୍ଣୁ ପ୍ରିୟା ରାଉତ, ପ୍ରତିମା ପାଣିଗ୍ରାହୀ,ରିୟା ବ୍ରାହ୍ମା,ମଞ୍ଜୁ ବାରିକ,ବେବିବାଳା ମହାନ୍ତି, ଲକ୍ଷ୍ମୀ ଦେବୀ ଶତପଥୀ,ଦିପ୍ତି ଅଗ୍ରୱାଲ, ଚଞ୍ଚଳା ସାମଲ, ସରସ୍ଵତୀ ସାମଲ, ସୀତା ମାଝୀ, ମୀନତି ନାୟକ,ଆଶା ଖେଡିଆ,ଏନ.ସି.ଦାସ,ଭୀକାରୀ ବାରିକ,ବାବୁ ମାହାନ୍ତି, ଜଗବନ୍ଧୁ ମହାନ୍ତି,ସିମାଞ୍ଚଳ ଖଣ୍ଡୁଆଳ, ପ୍ରତାପ ପଟ୍ଟନାୟକ, ସୁବାଷ କ଼଼ଂସାରୀ,ନିଲୁ ସେଠୀ,ଜିତେନ ମାଛଖଣ୍ଡ,ସୋନୁ ସିଂ, ରାଜେଶ ଖେଡିଆ, ସୈାରଭ ଜେନା, ରତ୍ନାକର ସାମନ୍ତରାୟ ଓ ସତ୍ଯ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ

Sunil Chandra Nayak

ପରିବାର ଅଦାଲତ ଆଦେଶ କୁ ସରପଞ୍ଚ ଙ୍କ ଅବମାନନା :ପ୍ରଥମ ସ୍ତ୍ରୀ କୁଲି କାମ କରି ଜୀବନ ବିତାଉଛନ୍ତି

Sunil Chandra Nayak

Leave a Comment

error: Content is protected !!