ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚଶିକ୍ଷା ପାଇଁ ଦାରିଦ୍ର୍ୟ ସାଜୁଛି ବାଧକ

ଢେ଼ଙ୍କାନାଳ (ମ ନି ସ) ୨୫/୦୮_କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ଡୁଆ ଗ୍ରାମର ଚନ୍ଦନ ନାଏକ ୨୦୧୯ ମସିହାରେ କଳା ବିଭାଗରେ ଡିଗ୍ରୀ ପାସ୍ କଲାପରେ ଉଚ୍ଚଶିକ୍ଷା ପାଇଁ ଆଶା ବାନ୍ଧିଥିବା ବେଳେ ଦାରିଦ୍ର୍ୟର କଷାଘାତ ସହିବାକୁ ପଡୁଛି l ଯେଉଁଠି ମୁଠାଏ ପେଟକୁ ନିଅଣ୍ଟ ସେଠି ଉଚ୍ଚଶିକ୍ଷା ଦେଖିବା ତାଙ୍କ ପାଇଁ ଦିବାସ୍ବପ୍ନ ପାଲଟି ଯାଇଛି lତାଙ୍କ ବାପାଙ୍କର ବୟସ ୬୫ ବର୍ଷ l ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଘର ଚଳାଇବା କଷ୍ଟକର ହୋଇଯାଉଛି l ଯାହାକି ପାଠପଢାରେ ଡୋରି ବାନ୍ଧିବା ପରି ଦୟନୀୟ ପରିସ୍ଥିତି ସୃଷ୍ଠି କରୁଛି lଉଚ୍ଚଶିକ୍ଷା ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ପାରୁନାହିଁ l ଏ ଦିଗରେ ରାଜ୍ୟ ସରକାର ଯଦି ସାହାର୍ଯ୍ୟ କରନ୍ତି, ତେବେ ତାଙ୍କ ପରିସ୍ଥିତି ସୁଧୁରି ଯିବ ବୋଲି ଆଶା ପ୍ରକଟ କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସ୍ମୃତି ଚାରଣ ସଭା

masiha

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

masiha

Leave a Comment

error: Content is protected !!