ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ବନ୍ଧୁଗାଁ ତା ୨୬/୮/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଶ୍ରୀ ଶିରିଡ଼ି ସାଇ ମେନେଜମେଣ୍ଟ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବକୁ ଭକ୍ତଙ୍କ ଉପସ୍ଥିତିରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିର ୨୦୨୧ ମସିହାରେ ଆଜିର ଦିନରେ ବନ୍ଧୁଗାଁ ବ୍ଲକରେ ପ୍ରଥମ କରି ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଜି ସୁବାରାଓ ଜମି ଦାନ କରି ଥିଲେ। ଅତି ସୁନ୍ଦର ଭାବରେ ଶ୍ରୀ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଶତାଧିକ ଭକ୍ତ ଆସି ଶିରିଡ଼ି ସାଇ ବାବାଙ୍କୁ ପୁଜା ଅର୍ଚ୍ଚନା ସମସ୍ତ ପ୍ରକାର ନିତିକାନ୍ତି ମାଧ୍ୟମରେ କରି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ ଅନେକ ଭକ୍ତଙ୍କ ଆବଶ୍ୟକ ମନସ୍କାମାନାକୁ ଶ୍ରୀ ଶିରିଡ଼ି ସାଇ ବାବା ଭକ୍ତଙ୍କ ଶୋହବର୍ତ୍ତି ରହି ପୂରଣ କରି ଆସୁଛନ୍ତି। ଶ୍ରୀ ଶିରିଡ଼ି ସାଇ ବାବାଙ୍କ ମନ୍ଦିରକୁ ସଠିକ ଭାବେ ଆଗକୁ ପରିଚାଳନା କରିବା ପାଇଁ ଶ୍ରୀ ଶିରିଡ଼ି ସାଇ ମେନେଜେମେଣ୍ଟ ଟ୍ରଷ୍ଟ ସାନସରପଲ୍ଲୀ ବନ୍ଧୁଗାଁ ନାମରେ ମନ୍ଦିର ଓ ଜମିକୁ ନେଇ ପଞ୍ଜୀକରଣ କରାଯାଇଛି। ଶ୍ରୀ ଶିରିଡ଼ି ସାଇ ମେନେଜମେଣ୍ଟ ଟ୍ରଷ୍ଟ ଠାରେ ସଭାପତି ବି ଶ୍ରୀନିବାସ ପଟ୍ଟନାୟକ , ଉପ ସଭାପତି ଜ୍ଞାନରଞ୍ଜନ ମିଶ୍ର, ସମ୍ପାଦକ ଲାବଲା ଦଣ୍ଡାସି,କଷାଧକ୍ଷ ସୁରି କ୍ରୀଷ୍ଣା, ଜମି ଦାତ୍ତା ଜି ସୁବାରାଓ , ସଭ୍ୟ ଟି ଏଲାନା, ଭଗବାନ ପାତ୍ର,ଓ ମୁରଲୀ ଚୌଧୁରୀ ରହିଥିବା ବେଳେ ଆଜି ଅତି ସୁନ୍ଦର ଭାବରେ ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

masiha

ରାଉରକେଲାରେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

masiha

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Leave a Comment

error: Content is protected !!