ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୌରା ଜଜ୍ ଙ୍କ ଘରେ ଚୋରୀ

ଘରେ କେହି ନଥିବାର ସୁଯୋଗ ନେଇ ଆସବାବ ପତ୍ର ଭଙ୍ଗାରୁଜା କରି ଜିନିଷ ପତ୍ର ଲୁଟ୍ ପାଟ କରିଥିବାର ସୂଚନା

ଦୌରା ଜଜ୍ ବିଶ୍ୱଜିତ ଦାସ ଙ୍କ ଧର୍ମଗଡ ସ୍ଥିତ ବାସ ଭବନରେ ଚୋରୀ।ମାନ୍ୟବର ଜଜ୍ ଶ୍ରୀ ଦାସ ବର୍ତ୍ତମାନ ବାଲେଶ୍ଵର ସହର ରେ ଅବସ୍ଥାପିତ ଅଛନ୍ତି। ତାଙ୍କ ଧର୍ମଗଡ ସ୍ଥିତ ବାସଭବନରେ କେହି ନ ଥିବାର ସୁଯୋଗ ନେଇ ଗତ କାଲି ରାତିରେ ଚୋର ମାନେ କବାଟ ଭାଙ୍ଗି ଘରର ଆସବାବ ପତ୍ର ଭଙ୍ଗାରୁଜା କରି ଜିନିଷ ପତ୍ର ଲୁଟ୍ ପାଟ କରିଥିବାର ସୂଚନା ମିଳିଛି। ହେଲେ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରୀ ଯାଇଛି କି ନାହିଁ ତାହା ଜଣା ପଡିନାହିଁ।ଖବର ପାଇ ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାର ଘଟଣା ସ୍ଥଳରେ ପହଞ୍ଚିଥିଲେ।ମାନ୍ୟବର ଜଜ୍ ତାଙ୍କ ପରିବାର ସହ ବାଲେଶ୍ଵର ରେ ଥିବାରୁ କଣ ଚୋରୀ ହୋଇଛି ତାହାର ସୂଚନା ନାହିଁ ଓ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। 

 ସୂଚନା ଯୋଗ୍ୟ ଯେ,ଧର୍ମଗଡ ର ବ୍ୟସ୍ତ ବହୁଳ ଅଞ୍ଚଳରେ ଶ୍ରୀ ଦାସ ଙ୍କ ଘର ଅବସ୍ଥିତ ଥିବା ବେଳେ ଚୋର ମାନେ ନିର୍ଭୟରେ ଚୋରି କରିବା ଘଟଣା ବିସ୍ମୟ ଜନକ! 

ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କୁ କଡ଼ା କଡି କରିବା ପାଇଁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜମିବାଡ଼ିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଦୁଇ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର; ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

Sunil Chandra Nayak

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!