ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁରରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

 ମୟୂରଭଞ୍ଜ- ୨୭/୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଫୁଟବଲ୍ ଏନ୍ତୁଡ଼ିଶାଳ ଵାମନଘାଟୀ ଉପଖଣ୍ଡ ।ଖେଳ ଜୀବନକୁ ସରଳ,ସୁନ୍ଦର, ଶୃଙ୍ଖଳିତ କରିଥାଏ ଓ ଶାନ୍ତି ଓ ଖୁସି ଆଣି ଦେଇଥାଏ।ଓଡିଶାର ଅଗ୍ରଣୀ ଫୁଟବଲ କ୍ରୀଡା ଅନୁଷ୍ଠାନ ବଆମନଘଆଟଈ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୩-୨୪ ଵର୍ଷ ପାଇଁ ଏକ ଦିବସୀୟ ଆନ୍ତଃ ରାଜ୍ୟ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା,ପଡୋଶୀ ଜିଲ୍ଲା ସମେତ ଆନ୍ତଃରାଜ୍ୟ ର ୧୬ ଟି ବଛା ବଛା ଫୁଟବଲ କ୍ରୀଡା ଅନୁଷ୍ଠାନ ଅଂଶ ଗ୍ରହଣ କରି ଫୁଟବଲ ଖେଳର ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ଏହି ଚିତ୍ତାକର୍ଷକ ଫାଇନାଲ ଖେଳରେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଟାଟା – ଟେଲକୋ ଟାଇବ୍ରେକରେ କେନ୍ଦୁଝର ଟିମ୍ କୁ ୪/୩ ରେ ହରାଇ ଚମ୍ପିୟାନ ଅର୍ଜନ କରିଥିଲା । ଆଜିର ଖେଳକୁ ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ ଉଦଘାଟନ କରିଥିଲେ ।ଖେଳରେ ରେଫେରୀ ଭାବେ ସୀତାରାମ ସୁଲତାନ ହାଁସଦା,ହାଜମ ମାରାଣ୍ଡି ,ବାପୁନ୍ ମହାନ୍ତ,ନିତିଶ ମାଝୀ ଦାୟୀ ପ୍ରମୁଖ ତୁଲାଇଥିଲେ। ମଂଚ ପରିଚାଳନା ଓ ଖେଳ ଉଦଘୋଷକ ଥିଲେ ଦୁଷ୍ମନ୍ତ ବସା,ମନମୋହନ ପରମାଣିକ । ଉଦଯାପନ ରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଗୋପାଲ ବେଶ୍ରା,ସମ୍ମାନିତ ଅତିଥି କୁସୁମି ବିଡ଼ିଓ ଧାନାଇ ଟୁଡୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟବଲ ଖେଳରେ ପ୍ରଥମ ଚମ୍ପିୟାନ ଦଳ ଟାଟା ଟେଲକୋ କୁ ୧୫ ହଜାର,୨ୟ କେନ୍ଦୁଝର ଜିଲ୍ଲାକୁ ୧୦ ହଜାର,୩ ୟ ଜାମଦା ଏକାଦଶକୁ ୮ ହଜାର ଏବଂ ୪ ର୍ଥ ଦଳ ଭାଲୁଵଷା ଟିମକୁ ୫ ହଜାର ଟଙ୍କା ଅର୍ଥ ରାଶି ଅତିଥି ଗଣ ପୁରସ୍କୃତ କରିଥିଲେ ।ବାମନଘାଟୀ ଫୁଟବଲ ଆସୋସିଏସନ୍ ର କର୍ମକର୍ତ୍ତା ଅଁଇଠୁ ମାଝୀ, ଦିଲିପ ମହାନ୍ତି,କିଶୋର ମହାନ୍ତ,ବୀରେନ୍ଦ୍ର ନାଥ ମହାନ୍ତ,ଅଜିତ ବାସ୍କେ,ଲମ୍ବୋଧର ସୋରେନ,ସାହିବା ମାଝୀ,ପରମେଶ୍ବର ସୋରେନ,ଦିଲିପ ମାଝୀ, ଶଙ୍କର ମୁର୍ମୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ହଜାର ହଜାର ଦର୍ଶକ ପଡିଆର ଚାରିପାଖରେ ରହି ଖେଳ ଉପଭୋଗ କରିଥିଲେ । ସମଗ୍ର ଅଂଚଳ ଫୁଟବଲ ପରିବେଶ ହୋଇ ଉଠିଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

Sunil Chandra Nayak

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!