ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ରାୟଗଡା :- ତା.28/08- ଚନ୍ଦ୍ରପୁର ବ୍ଲକର ପଂଚାୟତ ସମିତି ସଭା ଗୃହ ଠାରେ ଆଜି ସୋମବାର ଦିନ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, l ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଶିବିରରେ ଏହି ଅଂଚଳରୁ 45 ଗୋଟି ଅଭିଯୋଗ ପାଞ୍ଜକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ 23ଟି ଓ ଗୋଷ୍ଠୀଗତ 22ଟି ଅଭିଯୋଗ ହସ୍ତଗତ ହୋଇଛି l ସେଥି ମଧ୍ୟ୍ୟରେ, ଜମି ଜମା, ସଂକ୍ରlତୀୟ, ପାନୀୟ ଜଳ,ବିଦୂତ, ରାସ୍ତା ଘାଟ, ଇନ୍ଦିରା ଆବାସ, ଶିକ୍ଷା, ଉନୟନ ମୂଳକ ସମ୍ପର୍କରେ ବହୁ ଅଭିଯୋଗ ଆସିଥିବା ଜଣା ପଡିଛି, l ଜିଲ୍ଲା ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ଜିଲ୍ଲା ଏଡିସନାଲ ଏସପି, ବିଷ୍ଣୁ ପାତ୍ର, ସିଡ଼ିଏମଓ, ଡାକ୍ତର ଲାଲ ମୋହନ ରାଉତ ରାଏ, ମୁନିଗୁଡା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୈନ କିମ୍ଵାକା, ବିଡ଼ିଓ ଅକ୍ଷୟ କୁମାର ମଲିକ, ତହସିଲଦାର ଅଶୋକ ତ୍ରିପାଠୀ, ସମେତ ମୃତିକା ସାରଙକ୍ଷଣ, ଗ୍ରାମ୍ୟ ଉନୟନ, ଜଳ ଯୋଗାଣ, ଶିକ୍ଷା, ଉଦ୍ୟାନ, ମସ୍ୟ, ପଶୁସାମ୍ପଦ, ଭଳି ପ୍ରମୁଖ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ 

masiha

Leave a Comment

error: Content is protected !!