ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗତ କଣ୍ଡକ୍ଟରଙ୍କ ପରିବାରଙ୍କୁ ସାହାଯ୍ୟ କଲା ଉପଖଣ୍ଡ କର୍ମଚାରୀ ସଂଘ

ଜୁନାଗଡ଼,୨୯/୮(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବସ କଣ୍ଡକ୍ଟର ଧନମାଲି ଧଙ୍ଗଡା ମାଝୀ ଙ୍କ ଦେହାନ୍ତ ହୋଇଯାଇଛି।ସେ କଳାହାଣ୍ଡି ଜିଲ୍ଲାର ଘରୋଇ ବସ କର୍ମଚାରୀ ଦଶାହ କାର୍ଯରେ ଉପଖଣ୍ଡ ସଂଘର ଏକ ପ୍ରମୁଖ କର୍ଯ୍ୟକର୍ତା ସହିତ ଧର୍ମଗଡ ଉପଖଣ୍ଡ ଘରୋଇ ବସ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଦସ୍ୟ ଓ ସମ୍ପାଦକ ଭାବେ ବହୁଦିନ କାର୍ଯ୍ୟକରିଥିଲେ ।ଆଜି ତାଙ୍କର ଦଶାହ କାର୍ଯ୍ୟରେ ଉପଖଣ୍ଡ ସଂଘର କାର୍ଯ୍ୟକର୍ତା ମାନେ ସ୍ୱର୍ଗୀୟ ଧଙ୍ଗଡା ମାଝୀଙ୍କ ବାସଭବନକୁ ଯାଇ ତାଙ୍କର ପତ୍ନୀକୁ କୋଡିଏ ହଜାର ଏକ(୨୦୦୦୧)ଟଙ୍କାର ଆର୍ଥିକ ସାହାଯ୍ୟ କରିଥିଲେ।ଏହି ସମୟରେ ଧର୍ମଗଡ ଉପଖଣ୍ଡ ଘରୋଇ ବସ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମାଝୀ, ସଭ୍ୟ ଗୌରଚନ୍ଦ୍ର ନାଏକ, ରମେଶ ଚନ୍ଦ୍ର ପୁଝାରୀ, ବବୃବାହାନ ବାରିକ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂଘ ସଭାପତି ଶିଶିର ପଟ୍ଟନାୟକ, ନେତ୍ରା ପୁରୋହିତ, ଗୌର ନାଏକ, ପ୍ରସାଦ ଦଣ୍ଡସେନା, ପ୍ରମୁଖ ଉପସ୍ଥିତ ରହି ସମବେଦନା ଜଣାଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଓ ମାଗଣା ସ୍ବାସ୍ଥ୍ୟସେବା ଶିବିର 

Sunil Chandra Nayak

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

masiha

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!