ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି ! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ

କୋଷାଗୁମୁଡ଼ା 30/8(ମସିହା) ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ lଏପରି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରେ| ଦିନଦିପହରରେ ମଦ ବେପାରୀ ମାନେ ଖୁଲମ୍ ଖୁଲା ବାଇକ୍ ଯୋଗେ ବ୍ଲକର ଗାଁ କୁ ଗାଁ ଗଳି କୁ ଗଳି ମଦ ଚାଲାଣ କରୁଥିବା ବେଳେ ସ୍ଥାନୀୟ ଅବକାରୀ ଓ ପୋଲିସ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି । ବ୍ଲକ ର ସନ୍ତୋଷପୁର ଗ୍ରାମରେ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ରହିଥିବା ବେଳେ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଗୁଡା ଗ୍ରାମରେ ଠିପି ଖୋଲା ମଦ ଦୋକାନ ସରକାର ଖୋଲିଛନ୍ତି । ମଦ ଦୋକାନ କୁ ସରକାର ଙ୍କ ଦ୍ଵାରା ନିର୍ଦ୍ଦେଶ ରହିଛି କି କେବଳ ଖୋଲା ଯାଇଥିବା ଦୋକାନରେ ମଦ ବିକ୍ରି କରିବା ପାଇଁ । କିନ୍ତୁ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ମାଲିକ ମାନେ ବାଇକ୍ ଓ ଚାରିଚକିଆ ଯାନ ରେ ବେଆଇନ ଭାବେ ପ୍ରତିଦିନ ପେଟି ପେଟି ମଦ ବାହାର ଗାଁ କୁ ଚାଲାଣ କରୁଛନ୍ତି । କୋଷାଗୁମୁଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ କୁଚିଆ ମାନେ ସହ ସହ ପେଟି ବିଦେଶୀ ମଦ ବିକ୍ରି କରିବା ପାଇଁ ନେଉଛନ୍ତି । ଏସବୁ ବିଷୟରେ ସ୍ଥାନୀୟ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସେହିଭଳି ସନ୍ତୋଷପୁର ଠିପି ବନ୍ଦ ମଦ ଦୋକାନ କୁ ଗ୍ରାମବାସୀ ବିରୋଧ କରିଥିଲେ , ସେତେ ବେଳକୁ ଗ୍ରାମବାସୀ ମଦ ଦୋକାନ ଗ୍ରାମରୁ ସ୍ଥାନାନ୍ତର କରିବା ପାଇଁ ଆନ୍ଦୋଳନ କରିଥିଲେ । ଜିଲ୍ଲା ପ୍ରଶାସନ ବିଧାୟକ ପକ୍ଷରୁ ଏଠାରୁ ଶୀଘ୍ର ଉକ୍ତ ମଦ ଦୋକାନ କୁ ସ୍ଥାନାନ୍ତରିତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ lକିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସନ୍ତୋଷପୁର ଗ୍ରାମରୁ ହଟି ନଥିବାରୁ ଧୀରେ ଧୀରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ବିଧାୟକ ଙ୍କୁ ବାରମ୍ବାର ମଦ ଦୋକାନ କୁ ସନ୍ତୋଷପୁର ଗ୍ରାମ ରୁ ବାହାର କରିବା ପାଇଁ ଲିଖିତ ଦେଇଥିଲେ, ହେଲେ ବିଧାୟକ ପ୍ରତିଶୃତି ଦେଇ ମଧ୍ୟ କିଛି କାର୍ଯ୍ୟକାରୀ ହେଉ ନାହିଁ l ଯେଉଁଥି ପାଇଁକି ଏବେ ପୁଣି ସନ୍ତୋଷପୁର ଗ୍ରାମବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି।ନିର୍ବାଚନ ପାଖେଇ ଆସୁଛି ଯଦି ସନ୍ତୋଷପୁର ରେ ମଦ ଦୋକାନ ସମସ୍ୟା ସମାଧାନ ନ ହୁଏ ତ ଏହାର ପ୍ରଭାବ ନିଶ୍ଚୟ ନିର୍ବାଚନ ଉପରେ ପଡିବ ବୋଲି ବୁଦ୍ଧିଜୀବୀ ଙ୍କ ମହଲ ରୁ ଜଣା ପଡୁଛି| ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ମଦ ବିରୁଦ୍ଧରେ କେବେ ସଚେତନ ହେବ? ଖୁଲମ ଖୁଲା ମଦ ଚୋରାଚାଲାଣ ବନ୍ଦ ହେବ କି?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପିକଅପ ଭ୍ୟାନ ସହ ୨୫୪ ଲିଟର ବିଦେଶୀ ମଦ ଜବତ : ଡ୍ରାଇଭର ଓ ସହଯୋଗୀ ଗିରଫ

masiha

ରାଇରଙ୍ଗପୁରରେ ଅବକାରୀ ବିଭାଗ ର ଚଢାଉ; ୯୭ ଲିଟର ଦେଶୀ ମଦ,ଦୁଇ ସ୍କୁଟି ଜବତ ସହ ୩ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

ଅଭିଯୁକ୍ତ ଶିକ୍ଷକ ଅରୁଣ ନାଏକ ଗିରଫ୍ ହୋଇ ଜେଲ ଗଲେ

Sunil Chandra Nayak

Leave a Comment

error: Content is protected !!