ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ: ଯାତାୟାତ ବାଧା ପ୍ରାପ୍ତ : ଡ୍ରାଇଭର ଅଟକ 

କନ୍ଧମାଳ:31/8/23:(ମନିସ): କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଶିଶୁର ମୃତ୍ୟୁ । ଡ୍ରାଇଭର ଅଟକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ । ସୂଚନା ପ୍ରକାରେ ଗୁରୁବାର ଅପରାହ୍ନ ସମୟରେ ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିମନ୍ୟୁ ଦଣ୍ଢିଆଙ୍କ ନାବାଳକ ପୁଅ ଅରୁଣ ଦଣ୍ଡିଆ (୭) ରାସ୍ତା କଡ଼ରେ ଖେଳୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଶିଶୁଟିକୁ ଧକ୍କା ଦେଇଥିଲା । ଫଳରେ ଶିଶୁଟି ଗୁରୁତର ଆହତ ହୋଇ ପଡ଼ିଥିଲା । ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ୍ ନଂ. ଓଡି-୧୨-ଇ- ୦୭୪୨ କୁ ଅଟକ ରଖିଥିବା ବେଳେ ଡ୍ରାଇଭରକୁ ବାରଖମା ଫାଣ୍ଡିରେ ଅଟକ ରଖିଛି ପୋଲିସ୍ । ସେପଟେ ବାରଖମା ସରପଞ୍ଚ କୁମୁଦୁନି ମଲ୍ଲିକ ଙ୍କ ନେତୃତ୍ୱରେ ଉତ୍ୟକ୍ତ ଲୋକେ ବାରଖମା -ବାଲିଗୁଡ଼ା ମୂଖ୍ୟ ରାସ୍ତା ଅବରୋଧ କରି ମୃତ୍ୟୁ ବରଣ କରିଥିବା ପରିବାର କୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ଅଡ଼ି ବସିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ତହସିଲଦାର ବିଜୟ କୁମାର ସେଠି, ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ, ବାଲିଗୁଡା ଥାନା ଏସ.ଆଇ ଓ଼ମ ନାରାୟଣ ପାତ୍ର, ଆଶୁତୋଷ ପାଇକରାୟ ପ୍ରମୁଖ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ବୁଝା ସୁଝା କରା ଯାଉଥିଲେ ମଧ୍ୟ ରାତ୍ର ୮ ଟା ସୁଦ୍ଧା କୌଣସି ପ୍ରକାରେ ସମାଧାନ ହୋଇ ପାରିନାହିଁ l

କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ ହେଉଥିବାବେଳେ TPCODLକୌଣସି ଅଫିସର ଏ ବାବଦରେ ନା ଶୁଣୁଛନ୍ତି ନା ଫୋନ ଉଠାଉଛନ୍ତି

Sunil Chandra Nayak

ଚାଷୀ ଙ୍କ କାମରେ ଆସୁନି ଜଗନ୍ନାଥପୁର ଚେକଡ୍ୟାମ !!!

masiha

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!