ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ର ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୧.୯.୨୦୨୩:ଆଜି ଭବାନୀପାଟଣା ଜିଲ୍ଲାପାଳ ଙ୍କ କାର୍ଯାଳୟ ସଦ୍ଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡି ଙ୍କ ଅଧ୍ୟକ୍ଷତା ରେ ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି , ବୈଠକ ଆରମ୍ଭ ରେ ଜିଲ୍ଲା ଦକ୍ଷତା ପରିଷଦ ର ଆବାହକ ଶ୍ରୀ ଅଜିତ କୁମାର ଉତ୍ତରାୟ ବୈଠକ ର ଆଭିମୁଖ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ.ଏଥିରେ “ନୂଆ ଓଡିଶା” ଯୋଜନାରେ ଜିଲ୍ଲା ରେ କେଉଁ ପ୍ରକାରର ତାଲିମ ର ଆବଶ୍ୟକତା ରହିଛି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା . ଏଥିରେ ହବାସପୁରି ହସ୍ତତନ୍ତ, ଢୋକ୍ରା ହସ୍ତଶିଳ୍ପ ର ପୁନରୁଦ୍ଧାର, କାଷ୍ଠ ଖୋଦେଇ ଆଦି କ୍ଷେତ୍ର ରେ ହିତାଧିକାରୀ ମାନଙ୍କୁ ଅଧିକରୁ ଅଧିକ ତାଲିମ ଏବଂ କାର୍ଯ୍ୟାରମ୍ଭ ପାଇଁ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ନିଷ୍ପତି ନିଆଯାଇଥିଲା, ଏହା ସହିତ ମିଶନ ଶକ୍ତି କାଫେ ରେ ନିୟୋଜିତ ଥିବା ମା ମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପାଇଁ ପ୍ରସ୍ତାବ ଦିଆଯାଇଥିଲା. ଜିଲ୍ଲାପାଳ ITI ଭବାନୀପାଟଣା,ଓ ନୂତନ ଭାବେ ସ୍ଥାପିତ ଧର୍ମଗଡ ଓ ଜୁନାଗଡ଼ ର ଆଡ଼ମିସନ ଓ ଭିତ୍ତିଭୂମି ବିଷୟ ରେ ସବିଶେଷ ବିବରଣୀ ନେଇଥିଲେ ଓ ପଲିଟେକ୍ନିକ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ. ବଢାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗ ଓ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ, ଜିଲ୍ଲା ନିୟୋଜନ ଅଧିକାରୀ ଓ ITI ଓ ପଲିଟେକ୍ନିକ ର ଅଧ୍ୟକ୍ଷ ମାନଙ୍କୁ ଅଧିକ ରୁ ଅଧିକ ପରାମର୍ଶ ଶିବିର ଏବଂ ସ୍ପଟ ରେଜିଷ୍ଟ୍ରସନ ପାଇଁ ପରାମର୍ଶ ଦେଇ ଥିଲେ , ଜିଲ୍ଲାପାଳ ଜିଲ୍ଲା ରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ମେଳା/ନିଯୁକ୍ତି ଅଭିଯାନ ର ସମୀକ୍ଷା କରିଥିଲେ ଓ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ ହୋଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନବାକୁ ପରାମର୍ଶ ଦେଇଥିଲେ. ଉକ୍ତ ସଭା ରେ ମୁଖ୍ୟ ଉନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଶ୍ରୀଯୁକ୍ତ ସଚିନ ପାୱାର , କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର ପ୍ରଫେସର ମଧୁଲିକା ସାହୁ ନିଯୁକ୍ତି ନିଯୁକ୍ତି ଦକ୍ଷତା କାର୍ଯ୍ୟକ୍ରମ ଉପରେ ଜୋର ଦେଇଥିଲେ. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ନାବାର୍ଡ ମହେଶ୍ୱର ଦାସ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା ର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ହସ୍ତତନ୍ତ ସହକାରୀ ନିର୍ଦେଶକ ଏଚପି ମିଶ୍ର ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଓର୍ମାସ ର ଜର୍ଜ କେର୍କେଟା, ମିଶନ ଶକ୍ତି ର ଅମୃତ ପାଢୀ, DPM OLM, GV, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଉଦୟନ ମହାପାତ୍ର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା ରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ 

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡ଼େ ପାଳିତ 

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

masiha

Leave a Comment

error: Content is protected !!