ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜ ଦରବାରରେ ଚଳିତ 2023 ବର୍ଷ ପାଇଁ ନୂଆଖାଇ ଧାର୍ଯ୍ୟ କରାଯାଇଥିଲା । ସଭାରେ ଖଡ଼ିଆଳ ଯୁବ ରାଜ ଦେବ ଦେବ ସିଂ ଦେଓ ରାଜ ଜ୍ୟୋତିଷ ପ୍ରଫୁଲ କୁମାର ରଥ, ପଣ୍ଡିତ ସୁଦର୍ଶନ ଠାକୁର, ପଣ୍ଡିତ ତାରା ପ୍ରସାଦ ଆଚାର୍ଯ୍ୟ ଙ୍କ ଉପସ୍ଥିତି ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଚଳିତ ସେପ୍ଟେମ୍ବର 19 ତାରିଖ ଦିନ ରାତ୍ର ସମୟ ରେ ଇଷ୍ଟ ଦେବୀ ମାଁ ସମ୍ବଲେଶ୍ୱରୀ ଓ ଗଡ଼ଜାତ ଦେବୀ ମାଁ ରକ୍ତାମ୍ବରୀ ଙ୍କୁ ନବାନ୍ନ ଭକ୍ଷଣ କରାଯିବ । ପରେ 20 ତାରିଖ ଭାଦ୍ରବ ଶୁକ୍ଳ ପଞ୍ଚମୀ ବୁଧବାର ସକାଳ 10 ଘଣ୍ଟା 27 ମିନିଟ ରୁ 11 ଘଣ୍ଟା 40 ମିନିଟ ମଧ୍ୟରେ ଖଡ଼ିଆଳ ଅଞ୍ଚଳ ର ସମସ୍ତେ ନୂଆଖାଇବେ ବୋଲି ନିଷ୍ପତି ନିଆଯାଇଥିଲା ।ବୈଠକରେ ସୁବାଷ ବାବୁ, ବ୍ରଜ ଦଣ୍ଡସେନା, ଗଣେଶ ପ୍ରଧାନୀ, ଗୋବିନ୍ଦ ରଥ, ପୃଥ୍ୱୀରାଜ ମହାନ୍ତି, ଯୁଗଳ ଦଣ୍ଡସେନା, କ୍ଷୀରପ୍ରସାଦ ରାଉତ ରାୟ, ଅଜିତ ଭିତିରିଆ ସମେତ ନୂଆପଡା ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭେଜିପଦର ଉ :ପ୍ରା :ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!