ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ

କୋକସରା,୩୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ମସ୍ତକ ଓ ଅନ୍ୟ ଶ୍ରମ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନିର୍ମାଣ ଶ୍ରମିକଙ୍କ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ଯୋଜନା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଳି ମତ ପ୍ରକାଶ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଅନ ଲାଇନରେ ଶ୍ରମ ବିଭାଗର କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମଣ୍ଡଳ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ପାଇବେ ସେନେଇ ପରାମର୍ଶ ଦେଇଥିଲେ।।ଏହି ସହାୟତା ପ୍ରଦାନ ଶିବିର କାର୍ଯ୍ୟକ୍ରମରେ ମୋଟ ୧୧୦ ଜଣ ନିର୍ମାଣ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ୩୬,୨୪,୭୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ୧୨ ଜଣ ଶ୍ରମିକଙ୍କ ମୃତ୍ୟ ଜନିତ ସହାୟତା ପାଇଁ ୨୨ ଲକ୍ଷ ଟଙ୍କା, ଶ୍ରମିକ ପରିବାର ବିବାହ ପାଇଁ ୩୦ ଜଣ ଙ୍କୁ ୧୧,୫୦,୦୦୦ ହଜାର, ୫୯ ଜଣଙ୍କୁ ଶିକ୍ଷା ଗ୍ରହଣ ସହାୟତା ପାଇଁ ୨,୨୯,୮୦୦, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୯ ଜଣ ଙ୍କୁ ୪୫ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ଶିବିରରେ ଟ୍ରେଡ଼ ୟୁନିୟନ ସଦସ୍ୟ ଙ୍କ ସହ ନିର୍ମାଣ ଶ୍ରମିକ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

Sunil Chandra Nayak

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟମାନଙ୍କ ସଫଳତା 

Leave a Comment

error: Content is protected !!