ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ 

ନବରଙ୍ଗପୁର–(ମସିହା)ଏକ ରାଜ୍ୟ ସ୍ତରୀୟ ଯାଞ୍ଚ ଦଳ ଦ୍ୱାରା ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଶିଶୁ ଗୃହ ପରିଦର୍ଶନ କରାଯାଇଥିଲା। ଏହି ରାଜ୍ୟସ୍ତରୀୟ କମିଟିରେ ମହିଳା ଓ ଶିଶୁ ବିଭାଗର ନିର୍ଦେଶକ, ଅତିରିକ୍ତ ସଚିବ, ଓଡିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ର ସଦସ୍ୟ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜ ର ସଦସ୍ୟ, ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଇତ୍ୟାଦି ଜିଲ୍ଲାର ବିଭିନ୍ନ ଶିଶୁ ଗୃହ ପରିଦର୍ଶନ କରିବା ସହିତ ଏହାର କିପରି ଭବିଷ୍ୟତରେ ଆହୁରି ଉନ୍ନତି ହୋଇପାରିବ, ଅସହାୟ ଶିଶୁମାନେ କିପରି ସୁସ୍ଥ ବାତାବରଣରେ ରହିବେ ତାହା ମଧ୍ୟ ତଦାରଖ କରିଥିଲେ । ପରିଶେଷରେ ଓଡିଶା ମହିଳା ଏବଂ ଶିଶୁ ବିଭାଗ ତରଫ ରୁ ନବରଙ୍ଗପୁର ଜିଲ୍ଲା ରେ ଏକ ଆଦର୍ଶ ଶିଶୁ ଗୃହ ହେବ ପାଇଁ ଅନୁମୋଦନ କରାଗଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

masiha

ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଲା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!