ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ

ନର୍ଲା (ମପ୍ର) ରାଜ୍ୟର ସମସ୍ତ ପଂଚାୟତ ସମିତିରେ ମାର୍ଚ୍ଚ ୨୩ ତାରିଖ ଦିନ ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି କ୍ରମରେ ଆଜି ନର୍ଲା ବ୍ଳକ ଠାରେ ଉପାଧ୍ୟକ୍ଷ ନିର୍ବାଚନ ହୋଇ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଦ୍ଵିତୀୟ ଥର ପାଇଁ ତୁଲାପଡା ସମିତି ସଭ୍ୟ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ବ୍ଳକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୨୦୧୭ରେ ମଧ୍ୟ ବ୍ଳକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଏହି ପଦବୀ ସକାଶେ ଶ୍ରୀ ମହାନ୍ତିଙ୍କ ବ୍ୟତୀତ ଅନ୍ୟ କୈାଣସି ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ବ୍ଳକର ସମସ୍ତ ସମିତି ସଭ୍ୟ ସଭ୍ୟା ଓ ବ୍ଳକ ଅଧ୍ୟକ୍ଷାଙ୍କ ଉପସ୍ଥିତରେ ବିନା ପ୍ରତିଦ୍ବନ୍ଦିତାରେ ଶ୍ରୀ ମହାନ୍ତି ପୁଣି ଥରେ ଉପାଧ୍ୟକ୍ଷ ପଦରେ ନିର୍ବାଚିତ ହେବାରେ ସଫଳ ହୋଇଛନ୍ତି। ଏହି ନିର୍ବାଚନ ପରିଚାଳନାରେ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ଭୋଇ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ନର୍ଲା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ, ପିଇଓ ଜାଫେଦ ନାଗ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଶ୍ରୀ ମହାନ୍ତିଙ୍କ ଧର୍ମପତ୍ନୀ ମନୋରମା ମହାନ୍ତି ମଧ୍ୟ ଦ୍ଵିତୀୟ ଥର ପାଇଁ ନର୍ଲା ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସାଇସୁରୁଣୀ ଛକ ଠାରେ ଗଣଧାରଣା ଓ ରାସ୍ତା ରୋକ

ସାହିତ୍ୟ ଅଗଣା

Sunil Chandra Nayak

ଭବାନୀପାଟଣା ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!