ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

ତେନ୍ତୁଳୀଖୁଣ୍ଟି ୦୫/୦୯/୨୩ //  ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ତରଫରୁ ତେନ୍ତୁଳୀଖୁଣ୍ଟି ବ୍ଳକ ସମ୍ବିଳନୀ ଗୃହ ଠାରେ  ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଳକ ର ପଞ୍ଜିକୃତ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀ ମତୀ ନୀଳାନ୍ଦ୍ରି ନାୟକ ,ତେନ୍ତୁଳିଖୁଣ୍ଟି ବିଡିଓ ମନଜ କୁମାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଳକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଯୋଗଦେଇଥିଲେ l ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନେକ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି l ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକରଣ କରାଯାଉଛି ଓ ସହାୟତା ପ୍ରଦାନ କରାଯାଉଛି ଯଥା ମୃତ୍ୟୁକାଳୀନ ,ବିବାହ ସହାୟତା , ଶିକ୍ଷା ସହାୟତା , ପ୍ରସବ କାଳୀନ ଓ ବିଭିନ୍ନ ସହାୟତା ଲୋକଙ୍କ ପାଖରେ ନେଇ କି ଦେବା ପାଇଁ ବ୍ଳକ ସ୍ତରୀୟ  କାର୍ଯ୍ୟକ୍ରମ ପାଇଁ ସରକାର ନିର୍ଦେଶ ପରେ ନବରଙ୍ଗପୁର ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ  l ଜିଲ୍ଳା ଲେବର କମିଶନର କୁବେର ବେହେରା,ଜିଲ୍ଳା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ସହକାରୀ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ପଦ୍ମ ଚରଣ ପଣ୍ଡା,କଲ୍ୟାଣ ସମନ୍ନୟକାରି ମହନ କୁମାର,ଡାଟା ଅପରେଟର ପ୍ରେମ ଲାଲ ସାହୁ, ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ସେଥିରେ ମୃତ୍ୟୁ କାଳୀନ ସହାୟତା 34ଜଣ , ବିବାହ ସହାୟତା 134 ଜଣକୁ, ପ୍ରସବ କାଳୀନ ସହାୟତା 36 ଜଣ କୁ  ଶିକ୍ଷା ସହାୟତା 365 ଜଣ କୁ   ଟଙ୍କା ର ସହାୟତା ପ୍ରଦାନ କରାଯାଇଛି l ତେନ୍ତୁଳିଖୁଣ୍ଟି ବିଡିଓ ପାଣିଗ୍ରାହୀ ନବରଙ୍ଗପୁର ଜିଲ୍ଳା ରେ କିଭଳି ଅଧିକରୁ ଅଧିକ ଲୋକ ଏହି ଯୋଜନା ରେ ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିବା ବେଳେ ବିଧାୟକ ଶ୍ରୀ ପ୍ରଧାନୀ ଏହି ଯୋଜନା ଗରିବ ଶ୍ରମିକ ମାନଙ୍କ ପାଇଁ ବରଦାନ ସଦୃଶ୍ୟ ବୋଲି ମତ ଦେଇଥିଲେ। ଏଥିରେ ସମସ୍ତ ଶ୍ରମିକ ସଂଗଠନ ର କର୍ମକର୍ତ୍ତା  ଓ ତେନ୍ତୁଳିଖୁଣ୍ଟି ଏବଂ ନନ୍ଦାହାଣ୍ଡି ବ୍ଳକ ର ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ଜିଲ୍ଳା ଶ୍ରମ ଅଧିକାରୀ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା। ନିର୍ମାଣ ଶ୍ରମିକ ମାନଙ୍କୁ ମିଳୁଥିବା ସହାୟତା ରେ ମଧ୍ୟସ୍ତି ଙ୍କ ରାଜ ଚାଲୁଥିବା ଅଭିଯୋଗ ହେଉଛି, ବିନା ମଧ୍ୟସ୍ତି ରେ ଆବେଦନକାରୀ ଙ୍କୁ ସହାୟତାରେ ବିଳମ୍ବ କିମ୍ବା ମିଳୁନଥିବା ଅଭିଯୋଗ ହେଉଛି। ମଧ୍ୟସ୍ଥି ରା ଜ ବନ୍ଦ ପାଇଁ ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

masiha

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

Leave a Comment

error: Content is protected !!