ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚକାଡ଼ଙ୍ଗର ନିକଟସ୍ଥ ୩୫୩ ନଂମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା। ଏକ ଚାରି ଚାକିଆ ଗାଡି ବାଇକ କୁ ଧକା ଦେଇଥିବା ବେଳେ ବାଇକ ଚାଳକ ଶିକ୍ଷକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଅଛି। ଶିକ୍ଷକ ଜଣକ ଗଡ୍ରରାମୁଣ୍ଡା ନିବାସୀ ନିର୍ମଳ ଦଳପତି ବୋଲି ଜଣାପଡିଅଛି। ସେ ବଡ଼ମହେଶ୍ବର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିଛନ୍ତି। ଆଜି ବିଦ୍ୟାଳୟକୁ ଯାଉଥିବା ବେଳେ ନୂଆପଡା ପଟୁ ଆସୁଥିବା ଏକ ଗାଡି ଧକା ଦେଇଅଛି। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଅଛି।ଘଟଣା ସ୍ଥଳକୁ ଖଡ଼ିଆଳ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଖଡ଼ିଆଳ ଉଅପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ବହୁ ସମୟରୁ ମୃତ ହୋଇଥିବା ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ଫୁଲବାଣୀ – ପୌର ନିର୍ବାଚନ ପ୍ରଚାର ଜୋରଦାର , ବିଜେଡ଼ି ର ବିଶାଳ ରାଲି ଓ ସାଧାରଣ ସଭା

Sunil Chandra Nayak

କଂକ୍ରିଟ ରାସ୍ତା ଖାଇଗଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!