ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ

ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ

ରାୟଗଡ଼ା: ତା: ୦୬/୦୯/୨୩ // ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। 

ଶିଶୁ ମନ୍ଦିର ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀ ସଂଜିବ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବିବିଧ କ୍ଷେତ୍ର ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ତଥା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସଦସ୍ୟା ଶ୍ରୀମତୀ ପ୍ରଣିତା ନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଯୋଗେଶ୍ୱର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବ ପାଳନ ର ମହତ୍ୱ ଉପରେ ମାର୍ଗଦର୍ଶନ କରିବା ସହିତ ଶିଶୁ ମାନଙ୍କ ମନରେ ଦେଶ ଭକ୍ତି ଭାବନାକୁ ଜୀବନ ର ଶ୍ରେୟ କରାଇବା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ସଞ୍ଚାରିତ ଅମୃତ ଧାରା ପରି ଏହି ଭବ୍ୟ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଧିର କୁମାର ନେଗୀ ଉପସ୍ଥିତ ରହି ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ପରିଚାଳନା ସମିତି ର କାର୍ଯ୍ୟ କର୍ତ୍ତାମାନେ ନିଜ ବକ୍ତବ୍ୟରେ ଆଜିର ଉତ୍ସବ ର ମହତ୍ୱ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଉତ୍ସବ ରେ ଶିଶୁ ପ୍ରାରମ୍ଭ ,ଶିଶୁ ବୋଧ ଓ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କୃଷ୍ଣ ଵେଶରେ ଉପସ୍ଥିତ ରେ ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହୋଇଥିଲା। ପବିତ୍ର ବାତାବରଣ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବେଶ ରେ ପ୍ରଦର୍ଶନ ରେ ଯୋଗଦାନ କରିଥିବା ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବ କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳିତ କରିଥିଲେ।ଶେଷରେ ବିଦ୍ୟାଳୟ ଗୁରୁଜୀ ଶ୍ରୀ ଶ୍ରୀକାନ୍ତ ରାଉତ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅତିଥି ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ  ସଫଳ ଆୟୋଜନ ପାଇଁ ସରିଲା ଶେଷ ପ୍ରସ୍ତୁତି ବୈଠକ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାରର ୨୬ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!