ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଥାନାର ଆମ ପୋଲିସ ବୈଠକ  ଥାନା ପରିସରରେ ଅନୁଷ୍ଠିତ 

ଲକ୍ଷ୍ମୀପୁର ଥାନାର ଆମ ପୋଲିସ ବୈଠକ  ଥାନା ପରିସରରେ ଅନୁଷ୍ଠିତ 

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାର ଆମ ପୋଲିସ ବୈଠକ ଆଜି ଥାନା ପରିସରରେ ନୂତନ ଥାନା ଅଧିକାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ୍ ଅଧ୍ୟକ୍ଷତାରେ ଉକ୍ତ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭଳଭଦ୍ର ଦୀପ ଯୋଗଦେଇଥିଲେ। ଏହି ବୈଠକକୁ ଲକ୍ଷ୍ମୀପୁର ଥାନା ଅଧିକାରୀ ଶୁଜ୍ଞାନି ସାହୁ ପରିଚାଳନା କରିଥିଲେ। ଆମ ପୋଲିସ ବୈଠକରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି, କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକା, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା, ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ଲକ୍ଷ୍ମୀପୁର ଯୁବ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଜୟପୁର ସମ୍ବାଦ ଖବରକାଗଜ ସଂସ୍କରଣ ଅଧିକାରୀ ନବୀନ ସାହୁ ଯୋଗ ଦେଇ ଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳର ଭଦ୍ର , ବରିଷ୍ଠ ଓ ବୁଦ୍ଧିଜୀ ଏବଂ ସ୍ଥାନୀୟ ସରପଞ୍ଚ, ଜନସାଧାରଣ ମାନେ ଯୋଗ ଯୋଗଦେଇଥିଲେ ଏହି ଅବସରରେ ଉପସ୍ଥିତ ପୋଲିସ ଅଧିକାରୀ ମାନେ ନିଜ ବକ୍ତବ୍ୟରେ କହିଥିଲେ କି ପୋଲିସ ଜନସାଧାରଣ ଭିତରେ କେଉଁ ଭଳି ସୁସମ୍ପର୍କ ହୋଇ ପାରିବ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଆମ ପୋଲିସ ବୈଠକରେ ଯୋଗ ଦେଇ ଥିବା କିଛି ବରିଷ୍ଠ ନାଗରିକ ଅଭିଯୋଗ କରିଥିଲେ କି ଲକ୍ଷ୍ମୀପୁର ରାସ୍ତା କଡ଼ ମାନଙ୍କରେ ବେଆଇନ ଚୋରା ମଦ ବ୍ୟବସାୟ କରାଯାଉଛି ସେଗୁଡ଼ିକ କେଉଁ ଭଳି ବନ୍ଦ ହୋଇ ପାରିବ ତାହା ଉପରେ ଦୃଷ୍ଟି ଦେବା ପାଇଁ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ନୂତନ ଯୁବ ଏସଡ଼ିପିଓ ଙ୍କୁ ଅଭିଯୋଗ କରିଥିଲେ। ସେହିପରି କୁସୁମଗୁଡ଼ା ଗ୍ରାମର କୈଳାସ ଚନ୍ଦ୍ର ଦାସ ଜନ ଜାଗରଣ ସଭାପତି ଅଭିଯୋଗ ଆଣି କହିଥିଲେ କି କୋଡ଼ିଙ୍ଗା ମାଳି ପାହାଡ଼ରୁ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ ଖଣି ଖନନ କରି ଆନ୍ଧ୍ର ପ୍ରଦେଶ ମୈତ୍ରୀ କମ୍ପାନୀ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଶହ ଶହ ଟ୍ରକ୍ ଖଣି ପରିବହନ କରୁଥିବାରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଉକ୍ତ ରାସ୍ତା ଦେଇ ଖଣି ପରିବହନ କରୁଥିବାରୁ ଅନେକ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ଲଢେ଼ଇ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଲକ୍ଷ୍ମୀପୁର ଆମ ପୋଲିସ ବୈଠକ ଅବସରରେ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରାୟ ୬୦ ଜଣ ଯୁବକ ରକ୍ତ ଦାନ କରିଥିଲେ। ଲକ୍ଷ୍ମୀପୁର ମହାବିଦ୍ୟାଳୟ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସ୍ବେଚ୍ଛାସେବୀ ଭାବେ ଉପସ୍ଥିତ ଲୋକମାନଙ୍କୁ ସାହାଯ୍ୟ କରିଥିଲେ। ଶେଷରେ ଲକ୍ଷ୍ମୀପୁର ଥାନା ଅଧିକାରୀ ଶୁଜ୍ଞାନି ସାହୁ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

masiha

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

Sunil Chandra Nayak

ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବାର୍ଷିକୋତ୍ସବ 

Sunil Chandra Nayak

Leave a Comment

error: Content is protected !!