ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ 

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ବେଲଗାଁ ପଞ୍ଚାୟତ ର କରମରି ଗ୍ରାମରେ ଏକ ବିଷାକ୍ତ ସାପ କାମୁଡ଼ାରେ ମଙ୍ଗଳବାର ସକାଳ ସମୟରେ ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ସୂଚନା ଯୋଗ୍ୟ କରମରୀ ଗ୍ରାମର ଯଦୁ ପନକା ଙ୍କ ସାନ ପୁଅ ଦୁର୍ଯ୍ୟୋଧନ ପନକା (୧୩) ଗତକାଲି ରାତ୍ରି ରେ ଘର ଭିତରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ରାତ୍ର ପ୍ରାୟ ୪ଘଣ୍ଟା ସମୟରେ କାମୁଡି ଦେଇଥିଲା। ଫଳରେ ସେ ଚିତ୍କାର କରିଥିଲେ। ପରିବାର ଲୋକେ ଉଠିଆସି ଦେଖିଲେ ଏକ ବିଷାକ୍ତ ସାପ ତାଙ୍କ ପୁଅ ଙ୍କୁ କାମୁଡି ଦେଇଛି। ସଙ୍ଗେ ସଙ୍ଗେ ସେ ତାଙ୍କୁ ଝରିଗାଁ ଗୋଷ୍ଠୀ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ରାସ୍ତାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଟରେ ଥିବା ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ରେ ତାଙ୍କୁ ଚିକିତ୍ସା କରିବା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶା ନାଟ୍ୟ ଦିବସ ଓଡ଼ିଆ କଳା-ସଂସ୍କୃତିର ଅସ୍ମିତା, ଗର୍ବ ଓ ଗୌରବର ପ୍ରତୀକ  

masiha

Leave a Comment

error: Content is protected !!