ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ସାଧନ କେନ୍ଦ୍ରଠାରେ ଗୁରୁ ଦିବସ ପାଳିତ

ରାଜପୁର ସାଧନ କେନ୍ଦ୍ରଠାରେ ଗୁରୁ ଦିବସ ପାଳିତ

ନବରଙ୍ଗପୁର—(ମସିହା)ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରାଜପୁର ଠାରେ ପବିତ୍ର ଗୁରୁ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଜନୀ କାନ୍ତ ମାନାଙ୍କ ସଂଯୋଜନା ତଥା ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମନୋଜ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି |କାର୍ଯ୍ୟକ୍ରମ ପ୍ରରମ୍ଭରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ କରଲବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଉମରକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ମୁଖ୍ୟ ଅତିଥି , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ ମୁଖ୍ୟ ବକ୍ତା ଯୋଗ ଦେଇଥିଲେ |ଆଜିର ଶିଶୁ ନବ ଭାରତ ନିର୍ମାଣର କର୍ଣଧାର ବୋଲି ମୁଖ୍ୟ ଅତିଥି ଶ୍ରୀ ସରକାର କହିଥିବା ବେଳେ ଭବିଷ୍ୟତ ପୃଥିବୀର ପରିକଳ୍ପନାରେ ଶିଶୁମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ମୁଖ୍ୟବକ୍ତା ଶ୍ରୀ ରାଉତ କହିଥିଲେ |ସମ୍ମାନିତ ଅତିଥି ଭାବେ ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମନୋଜ କୁମାର ବେହେରା , ରାଜପୁର ପଞ୍ଚାୟତ ସରପଞ୍ଚ ପବିତ୍ର ଭତ୍ରା ଏବଂ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମଣ୍ଡଳ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗୁରୁଦିବସ ପାଳନର ମହତ୍ତ୍ୱ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ |ଏହି କାର୍ଯ୍ୟକ୍ରମରେ ଆଗକୁ ଅବସର ନେବାକୁ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ରତନ ସରକାରଙ୍କୁ ଅତିଥିମାନେ ପୁଷ୍ପଗୁଛ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ପରିଚାଳକ ଭାବେ ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଶ୍ରୀ ମନୋଜ କୁମାର ବେହେରାଙ୍କ ଉଦ୍ୟମକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ରାଜପୁର ଉନ୍ନୀତ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ରାଜପୁର ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସଚିନ୍ଦ୍ର ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷକ ନିଯୁକ୍ତି ଦାବିକରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

masiha

ହୃଦ୍ ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

masiha

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!