ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି କାଫେ କୁ ଏନଏସିର ମିଶନ ଶକ୍ତିକୁ ଦେବା ପାଇଁ ବିଡିଓ ଙ୍କୁ ଦାବିପତ୍ର

ମିଶନ ଶକ୍ତି କାଫେ କୁ ଏନଏସିର ମିଶନ ଶକ୍ତିକୁ ଦେବା ପାଇଁ ବିଡିଓ ଙ୍କୁ ଦାବିପତ୍ର

ନୂଆପଡା ଜିଲ୍ଲା ଖଡ଼ିଆଳ ସହର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସରକାର ମିଶନ ଶକ୍ତି ସଂଗଠନ ମହିଳା ଙ୍କ ପାଇଁ ଏକ କାଫେ ନିର୍ମାଣ କରାଯାଇଛି । ଯାହାକି ଗତ ସେପ୍ଟେମ୍ବର 2 ତାରିଖରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦନ କରି ସୁଭ ଉଦଘାଟନ କରିଥିଲେ । ଏହି କାଫେ କୁ ବ୍ଳକ ମହିଳା ମିଶନ ଶକ୍ତି ସଂଗଠନ କୁ ଚଳାଇବା ପାଇଁ ପ୍ରଦାନ କରାଯାଇଛି । କିନ୍ତୁ ଖଡ଼ିଆଳ ଏନଏସି ପରିସରରେ କାଫେ ତିଆରି ହୋଇଥିବାରୁ ଏନଏସି ମହିଳା ମିଶନ ଶକ୍ତି ସଂଗଠନ କୁ ପ୍ରଦାନ କରିବା ଦାବିରେ ଖଡ଼ିଆଳ ଏନଏସିର ଶତାଧିକ ମହିଳା ଖଡ଼ିଆଳ ସହର ପରିକ୍ରମା ପରେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଖଡ଼ିଆଳ ବିଡିଓ ବିରସେନ ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଳକ ପ୍ରଶାସନ ଯଦି ଏଥିପ୍ରତି ଅତିଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରି ଅଖ ଚଖ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ରାଲି ସମୟ ଏନଏସି ମହିଳା ଶକ୍ତି ମିଶନ ସଂଗଠନ ର ସଭାପତି ତୃପ୍ତି ରାଣୀ ସିଂ ଲାଲ ,ସମ୍ପାଦିକା ମାନିନୀ ଦୁବେ ,ରାଜ ଦୁଲାଳି ଭୋଇ, ଶାନ୍ତନୁ ଵାଲା ବେହେରା, ସ୍ମିତା ରାଣୀ ବେହେରା, କନକ ଲତା ଦାଶ, ଗୀତା ପଣ୍ଡା, ଏନଏସି ଭାଇସ ଚେରମେନ ଶକୁନ୍ତଳା ରାଉତ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

Sunil Chandra Nayak

ମାତୃଭାଷା ହିଁ ଜାତିର ଉଷା

Sunil Chandra Nayak

Leave a Comment

error: Content is protected !!