ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୦୮/୯(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନାରେ ନୂତନ ଥାନାଧିକାରୀ ଭାବେ ବିଜୟଲକ୍ଷ୍ମୀ ହିକକା ଯୋଗ ଦେଇଛନ୍ତି । ସେ ଥାନାରେ ଯୋଗ ଦେବା ପରେ ଆଜି ତାଙ୍କୁ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ସଭାପତି କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାକୁଡ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ରମେଶ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କୁ ସାକ୍ଷାତ କରିବା ସହିତ ଅଞ୍ଚଳର ଆଇନଶୃଙ୍ଖଳା ସ୍ଥିତି ସଂପର୍କରେ ପ୍ରେସ୍ କ୍ଲବର କର୍ମକର୍ତ୍ତା ବିଶଦ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଲାଞ୍ଜିଗଡ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କୁ ରାୟଗଡା ଜିଲ୍ଲାକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା ଜିଲ୍ଲାରୁ ଆସିଥିବା ବିଜୟଲକ୍ଷ୍ମୀ ହିକକା ଲାଞ୍ଜିଗଡ଼ ଥାନାର ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

ମହାତ୍ମାଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲରେ ଅଷ୍ଟମ ବର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

masiha

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!