ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ
କୋକସରା,୭/୯ // ଜନ୍ମାଷ୍ଟମୀ ପାଇଁ ରାଜ୍ୟରେ ଉତ୍ସଵ ମୁଖର ପରିବେଶ ସବୁଠି ଦେଖାଦେଇଥିବା ବେଳେ କୋକସରା ବ୍ଲକ ସଦର ମହକୁମା କୋକସରା ସରସ୍ଵତୀ ଶିଶୁ ମନ୍ଦିର ଓ ସାଇନିଂ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସଵ ପାଳନ କରାଯାଇଛି। ସରସ୍ଵତୀ ଶିଶୁ ମନ୍ଦିର ଓ ସାଇନିଂ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ଆଜି ସକାଳୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିଲେ। ଜନ୍ମାଷ୍ଟମୀ ଉତ୍ସଵ ପାଳନ ଅବସରରେ ସ୍କୁଲ ପକ୍ଷରୁ ରାଧାକୃଷ୍ଣଙ୍କ ଫୋଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ସାଇନିଂ ପବ୍ଲିକ ସ୍କୁଲର ପ୍ରିନ୍ସପାଳ ଶାନ୍ତିଲତା ମାଝୀ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ପ୍ରଧାନୀ, ବର୍ଷା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।