ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

କୋକସରା,୭/୯ // ଜନ୍ମାଷ୍ଟମୀ ପାଇଁ ରାଜ୍ୟରେ ଉତ୍ସଵ ମୁଖର ପରିବେଶ ସବୁଠି ଦେଖାଦେଇଥିବା ବେଳେ କୋକସରା ବ୍ଲକ ସଦର ମହକୁମା କୋକସରା ସରସ୍ଵତୀ ଶିଶୁ ମନ୍ଦିର ଓ ସାଇନିଂ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସଵ ପାଳନ କରାଯାଇଛି। ସରସ୍ଵତୀ ଶିଶୁ ମନ୍ଦିର ଓ ସାଇନିଂ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ଆଜି ସକାଳୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିଲେ। ଜନ୍ମାଷ୍ଟମୀ ଉତ୍ସଵ ପାଳନ ଅବସରରେ ସ୍କୁଲ ପକ୍ଷରୁ ରାଧାକୃଷ୍ଣଙ୍କ ଫୋଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ସାଇନିଂ ପବ୍ଲିକ ସ୍କୁଲର ପ୍ରିନ୍ସପାଳ ଶାନ୍ତିଲତା ମାଝୀ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ପ୍ରଧାନୀ, ବର୍ଷା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

Sunil Chandra Nayak

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ କିଶାନ ମଜଦୂର ସଂଗ୍ରାମ ପରିଷଦ ର ରାଜ୍ୟପାଳଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ    

Sunil Chandra Nayak

Leave a Comment

error: Content is protected !!