ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

ନବରଙ୍ଗପୁର, ୦୮/୦୯(ମସିହା) ନବରଙ୍ଗପୁର ଜିଲ୍ଲା ର ଗାଦବଗୁଡା ସାହିର ବୃଦ୍ଧା ସରୋଜା ବାଳା ସାବତ ଗତ ୨ ବର୍ଷ ହେଲା ବାର୍ଦ୍ଧକ୍ୟଭତ୍ତା ଓ ପଡ଼ି କାର୍ଡ ମିଳିନଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା । ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା। ସଚିବ ଶ୍ରୀଯୁକ୍ତ ଜନକ ରାଉତ କଥାଟିର ଗୁରୁତ୍ଵ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦ୍ଧେଶ କ୍ରମେ ଅଧ୍ୟକ୍ଷ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଥିଲେ ଓ ବୃଦ୍ଧା ସରୋଜା ବାଳା ସାବତଙ୍କୁ କିପରି ସାହାଯ୍ୟ ମିଳିପାରିବ ସେ ବିଷୟରେ ବ୍ୟବସ୍ତା କରିବାକୁ କହିଥିଲେ । ଏହି ନିର୍ଦ୍ଧେଶ କ୍ରମେ ବୃଦ୍ଧା ସରୋଜା ବାଳା ସାବତଙ୍କୁ ପଡ଼ି କାର୍ଡ ପ୍ରଦାନ କରାଯାଇଛି ଏବଂ ବାର୍ଦ୍ଧକ୍ୟଭତ୍ତା ତାଙ୍କ ଘରେ ୧୫.୦୯.୨୦୨୩ ସୁଧା ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ବାର୍ଦ୍ଧକ୍ୟଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

masiha

ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

masiha

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

Leave a Comment

error: Content is protected !!