ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ଦ୍ଵାରା ପଥପାର୍ଶ୍ବ ବୃକ୍ଷଚାରା ରୋପଣ, ଏହାର ପାରିପାର୍ଶ୍ବକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି

ଉତ୍କଳ ଆଲୁମିନା ଦ୍ଵାରା ପଥପାର୍ଶ୍ବ ବୃକ୍ଷଚାରା ରୋପଣ, ଏହାର ପାରିପାର୍ଶ୍ବକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି

ରାୟଗଡା /ଟିକିରି : ପରିବେଶ ଏବଂ ଦୀର୍ଘସ୍ଥାୟିତ୍ଵ ପ୍ରତି ନିଜର ପ୍ରତିବଦ୍ଧତା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ ଅଣ୍ଡିରାକଞ୍ଚ ଠାରେ ଚଳିତ ମାସ ୯ ତାରିଖରେ ପଥପାର୍ଶ୍ବ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲା।

ଏହି ସବୁଜ ପ୍ରୟାସ ଅଧୀନରେ ୩୩୦୦ଟି ଫଳନ୍ତି, ସାଜସଜା ଏବଂ ଜଙ୍ଗଲ ପ୍ରଜାତି ବୃକ୍ଷଚାରା ଲୁଦ୍ରକୋନା ଛକଠାରୁ ଯୋଗୀପରିତୁଣ୍ଡ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ୫ କିଲୋମିଟର ଅଞ୍ଚଳରେ ରୋପଣ କରାଯିବ। ଏହି ସବୁଜ ବଳୟ କେବଳ ପଥପାର୍ଶ୍ଵର ଦୃଶ୍ୟପଟ୍ଟରେ ବୃଦ୍ଧି ଘଟାଇବ ନାହିଁ, ତାହାସହିତ ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା ସହିତ ବୁଲା ପଶୁ ଓ ପଥକଙ୍କୁ ଛାୟା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଅଣ୍ଡିରାକଞ୍ଚ ଥାନା, ଗୋଷ୍ଠୀ ସଦସ୍ୟବୃନ୍ଦ, ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଂ (ଡିଇଟି)ର ଅଧିକାରୀଗଣ ଏବଂ ଉତ୍କଳ ଆଲୁମିନା କର୍ମଚାରୀବୃନ୍ଦ ବହୁ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ।

ଶ୍ରୀ ବିନୋଦ କୁମାର ବିଶ୍ୱାଳ, ସବ୍ ଇନ୍‌ସପେକ୍ଟର ପୋଲିସ ଅଣ୍ଡିରାକଞ୍ଚ ଥାନା, ଏବଂ ଶ୍ରୀ କ୍ରିଷ୍ଣ ଜ୍ୟୋତିଷୀ, ଡିଜିଏମ୍ ଜିଓଲୋଜି, ଉତ୍କଳ ଆଲୁମିନା ଏହି ପ୍ରୟାସକୁ ଶ୍ରୀ ମନୋଜ ଦାସ, ଡିପାର୍ଟମେଣ୍ଟ ହେଉ, ସିଏସଆର ମାଇନ୍ସ, ଶ୍ରୀ ଦେବାଶିଷ ପଟ୍ଟନାୟକ, ମ୍ୟାନେଜର ଏଚ୍ଆର ମାଇନ୍କଙ୍କ ସହିତ ମିଶି ପୋଲିସ ବିଭାଗ, ଉତ୍କଳ ଆଲୁମିନା ଅଧିକାରୀବୃନ୍ଦ ଏବଂ ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ।

“ ପଥପାର୍ଶ୍ଵ ବୃକ୍ଷଚାରା ରୋପଣ ନିମନ୍ତେ ଆମର ପ୍ରତିବଦ୍ଧତା ହେଉଛି ଆମ ଜନସମୁଦାୟର କଲ୍ୟାଣ, ଆପ ପରିବେଶର ସୌନ୍ଦର୍ଯ୍ୟ ଏବଂ ଏକ ସୁସୁ ପୃଥ‌ିବୀ ଗଢିତୋଳିବା ଦିଗରେ ଏକ ପ୍ରତିବଦ୍ଧତା। ପରିବେଶଗତ ଦୀର୍ଘସ୍ଥାୟିତ୍ଵ ଏବଂ ଗୋଷ୍ଠୀ ସଶକ୍ତିକରଣ ନିମନ୍ତେ ଆମେ ନିରନ୍ତର ଏହିଭଳି ପ୍ରୟାସ ଜାରି ରଖୁବୁ,” ବୋଲି ଶ୍ରୀ ମକହର ବେଶ୍, ୟୁନିଟ ହେଡ୍ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏହି ଅବସରରେ ଉଲ୍ଲେଖ କରିଥିଲେ ।ଉତ୍କଳ ଆଲୁମିନାର ଟିମ୍ ସିଏସଆର୍ ମାଇନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁପଟି ନିକଟରେ ଦୁର୍ଘଟଣା

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା, ୨ ଗୁରୁତ୍ତର 

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!