ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଧାରଣା 

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଧାରଣା 

 ବାଲେଶ୍ଵର,୦୯/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ବିଇଓ ଅଫିସ ଆଗରେ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ଦାବି ନେଇ ତା ୦୮/୯/୨୩ ରିଖ ଠାରୁ ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଖଇରା ଶାଖା ତରଫରୁ ପୂର୍ବାହ୍ନ ୧୦ ଘଟିକାରୁ ବିଭିନ୍ନ ଦାବି ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଖଇରା ଶାଖାର ସଂଘ ସଭାପତି, କୈଳାସ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ମହାପାତ୍ର (ଏନପିଏସ)ଓ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର, ଉଦୟ ନାରାୟଣ ପାତ୍ର (ଏନପିଏସ), AUPTF ର ସଂଗଠନ ସମ୍ପାଦକ ସନ୍ତୋଷ କୁମାର ଦକ୍ଷିଣରାୟ, Ex Cadre ର ସଭାପତି ଜନାର୍ଦ୍ଦନ ସାମଲ, ପ୍ରବୀଣ କୁମାର ମହାନ୍ତି, ଜ୍ଞାନ ରଞ୍ଜନ ଯେନା, କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ମହଲା, ସମ୍ଫାଦକ ସନ୍ତୋଷ ବାରିକ, ଭରତ ଚନ୍ଦ୍ର ଶିଅଳ ଓ ବଳରାମ ଲେଙ୍କାଙ୍କ ନେତୃତ୍ୱରେ ଏହି ଧାରଣା ଜାରି ରହିଥିଲା ଯାହା ଖବର ସଂଗ୍ରହରୁ ଜଣାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷାସହାୟକ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ କରି ମୂଳ ଚାକିରୀରେ ଗଣନା କରିବା ସହିତ EX CADRE ଉଛେଦ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ, ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ବୋଲି ଦାବିରେ ଧାରଣାକାରୀ ମାନେ ଉଲ୍ଲେଖ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା

Sunil Chandra Nayak

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

Leave a Comment

error: Content is protected !!