ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ମ,ରାମପୁର,୧୦/୯( ମସୀହା): – ରାଜ୍ୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ଅନୁଗୋଳ ରେ ମ:ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀ ଛାତ୍ରୀ ଦିବ୍ୟା ଦିପାନ୍ନୀତା ପ୍ରଥମ ସ୍ଥାନ ହାସଲ କରି ଛନ୍ତି । ଆଜି ଅନୁଷ୍ଠିତ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଆୟୋଜିତ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ପତ୍ର ଵାଚନ ପ୍ରତିଯୋଗିତା ରେ ଦକ୍ଷିଣ ସମ୍ଭାଗ ସ୍ତର ରୁ ମନୋନୀତ ହୋଇ , ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ଥିବାରୁ, ସେ ନିଜର ପିତା, ମାତା, ତଥା ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ଗୁରୁଜୀ ଗୁରୁମା ଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ଏଥି ରେ ପ୍ରଥମ ସ୍ଥାନ ହାସଲ କରି ସେ ପରବର୍ତ୍ତୀ ସ୍ତର ( କ୍ଷେତ୍ର ସ୍ତର) କୁ ଯୋଗ୍ୟ ବିବେଚିତ ହେଇ ଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିବ୍ୟା ବିଶିଷ୍ଟ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ମାତା ସଂଗୀତା ମିଶ୍ର ଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ମ,ରାମପୁର ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭବାନୀ ପାଟଣା ରେ ବିଶ୍ୱ ପରିବେଶ ଦିବସ ପାଳିତ

ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ

masiha

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

masiha

Leave a Comment

error: Content is protected !!