ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

ପାପଡାହାଣ୍ଡି 10/9, ମନିସ — -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ କୁ ରବିବାର ନବରଙ୍ଗପୁର ଜିଲ୍ଲା ସତ୍ୟସାଇ ସେବା ସଂଘ ର ସଦସ୍ୟ ମାନେ ସଫେଇ କରିଛନ୍ତି | ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା କୁ ସଦସ୍ୟ ମାନେ ସଫା କରିଥିଲେ | ଜିଲ୍ଲାର ପାଞ୍ଚ ଗୋଟି ସତ୍ୟ ସାଇ ସମିତି ଯଥା ଡାବୁଗାଁ , ଉମରକୋଟ , ନବରଙ୍ଗପୁର , ଝରୀଗାଁ ଏବଂ ରାଇଘର ସେବା ସମିତି ଏଥିରେ ସାମିଲ ଥିଲେ | ଆସନ୍ତା 17 ତାରିଖ ରବିବାର ଦିନ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମହା ରୁଦ୍ରମ ଅନୁଷ୍ଠିତ ହେବ ବୋଲି ସତ୍ୟ ସାଇ ସେବା ସଂଘର ସକ୍ରିୟ ସଦସ୍ୟ ଲିଙ୍ଗ ମୂର୍ତ୍ତି ସୂଚନା ଦେଇଛନ୍ତି | ଏହି ସଫେଇ କାର୍ଯ୍ୟକ୍ରମ ରେ ଜିଲାରୁ ପ୍ରାୟ 60 ସତ୍ୟ ସାଇ ସେବା ସଂଘର ସଦସ୍ୟ ସାମିଲ ଥିଲେ | ଏହି ସଫେଇ କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ସତ୍ୟ ସାଇ ସେବା ସଂଘର ସଭାପତି ଏ. ବାଲ ରାଜୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଶ୍ରୀନିବାସ ପଟନାୟକ , ଲଳିତ ଭାଇ , ପାର୍ଥ ଭାଇ , ରବୀନ୍ଦ୍ର ମହନ ପାତ୍ର, ଗୁରୁମୂର୍ତ୍ତି ଭାଇ , ପବିତ୍ର ଭାଇ , ଚନ୍ଦନ ଭାଇ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନ କୁ ଆଗେଇ ନେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

ହାତୀ ପାଦତଳେ ମହିଳା ମୃତ୍ୟୁ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣ ଦୁଇମୃତ,ଏକ ଆହତ 

masiha

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

masiha

Leave a Comment

error: Content is protected !!