ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

କୋକସରା,୯/୯ //ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆମପାଣି ବନ ବିଭାଗ। ସୂଚନା ମତେ ଆମପାଣି ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କନ୍ଦାଗଡ଼ ବିଟ କନ୍ଦାଗଡ଼ ଗ୍ରାମର ଟିକଚନ ମାଝୀ(୩୫), ଖଗେଶ୍ୱର ମାଝୀ (୫୨), ମାନସିଂ ମାଝୀ(୩୨), ଲମ୍ବୋଧର ମାଝୀ (୩୦), ନୃପ ମାଝୀ (୪୬), ହଳଧର ମାଝୀ(୩୮) ଅନାଧିକୃତ ଭାବେ ସଂରକ୍ଷିତ ଜଙ୍ଗଲର ଗଛକୁ ବେଆଇନ ଭାବେ କାଟି ଦେଇଥିଲେ। ଏନେଇ ଆମପାଣି ବନ ବିଭାଗ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ସଦଲବଳେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି।ଶୁକ୍ରବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଆମପାଣି ବନ ବିଭାଗର ଫରେଷ୍ଟ ଗାର୍ଡ ଓ ପାରା ଫରେଷ୍ଟ କର୍ମଚାରୀ ମାନେ ସାମିଲ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

Sunil Chandra Nayak

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

Sunil Chandra Nayak

ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ

Sunil Chandra Nayak

Leave a Comment

error: Content is protected !!