ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

କୋକସରା,୯/୯ //ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆମପାଣି ବନ ବିଭାଗ। ସୂଚନା ମତେ ଆମପାଣି ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କନ୍ଦାଗଡ଼ ବିଟ କନ୍ଦାଗଡ଼ ଗ୍ରାମର ଟିକଚନ ମାଝୀ(୩୫), ଖଗେଶ୍ୱର ମାଝୀ (୫୨), ମାନସିଂ ମାଝୀ(୩୨), ଲମ୍ବୋଧର ମାଝୀ (୩୦), ନୃପ ମାଝୀ (୪୬), ହଳଧର ମାଝୀ(୩୮) ଅନାଧିକୃତ ଭାବେ ସଂରକ୍ଷିତ ଜଙ୍ଗଲର ଗଛକୁ ବେଆଇନ ଭାବେ କାଟି ଦେଇଥିଲେ। ଏନେଇ ଆମପାଣି ବନ ବିଭାଗ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ସଦଲବଳେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି।ଶୁକ୍ରବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଆମପାଣି ବନ ବିଭାଗର ଫରେଷ୍ଟ ଗାର୍ଡ ଓ ପାରା ଫରେଷ୍ଟ କର୍ମଚାରୀ ମାନେ ସାମିଲ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

masiha

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

Leave a Comment

error: Content is protected !!