ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ- ବହୁଜନ ସଂଗ୍ରାମ ସମିତି

ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ- ବହୁଜନ ସଂଗ୍ରାମ ସମିତି

ତୃତୀୟ ଦିନରେ ସାମିଲ ହେଲା ବହୁଜନ ସଂଗ୍ରାମ ସମିତି

ଜୁନାଗଡ଼ ,୧୧/୯(ମ ନି ସ)କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର, ତଥା ହଜରେ ବର୍ଷର ପୁରୁଣା ସହର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ତୃତୀୟ ଦିନରେ ପହଁଚିଛି।ଦିନରେ ପହଞ୍ଚିଛି ।ତୃତୀୟ ଦିନରେ ଜୁନାଗଡ଼ ର ଯୁବ ସଂଗଠନ ବହୁଜନ ଦଂଗ୍ରାମ ସମିତି ସାମିଲ ହୋଇ ଏହି ବୀର ଯୋଦ୍ଧା ର ମାଟି, ମାଟିର ପୁଅ ହିସାବରେ ଆଜି ଜୁନାଗଡ଼ ର ଗର୍ଵ ଓ ଗୌରବ ଫେରାଇ ଆଣିବା ପାଇଁ ଜିଲା ମାନ୍ୟତା ଦାବୀ କରାଯାଉଛି ଏବଂ ଏହି ଦାବୀ ହାସଲ ପାଇଁ ଆନ୍ଦୋଳନକୁ ତୀବ୍ର କରାଯିବ ଏବଂ ଯେ କୌଣସି ମତେ ଆମର ଏହି ନ୍ୟାର୍ୟ ଦାବୀ ହାସଲ କରାଯିବ ବୋଲି ସଂଗଠନର ସଭାପତି ରଞ୍ଜନ ଜାଲ ନିଜ କ୍ରାନ୍ତିକରି ଅଭିଭାଷଣରେ ପ୍ରକାଶ କରିଥିଲେ। ସଂଗଠନ ତରଫରୁ ଏକ ଶୋଭାଯାତ୍ରାରେ ଆଶି ବ୍ଲକ ସମ୍ଭୁଖ ଧାରଣ ସ୍ଥଳୀରେ ପହଞ୍ଚି ଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକହିମାଂଶୁ ଶେଖର ବରାଡ଼ ପରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।ପରେ ବହୁଜନ ସଂଗ୍ରାମ ସମିତି ରା ସଭାପତି ରଞ୍ଜନ କୁମାର ଜାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ତଥା ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଏହାକୁ ପରିଚାଳନା କରିଥିଲେ। ସଂଗଠନର ଚିତ୍ତରଞ୍ଜନ ନିଆଲ,ବିଶ୍ୱନାଥ କର , ବିରଞ୍ଚି ନାରାୟଣ ପଣ୍ଡା,ନରେନ୍ଦ୍ର ଖିତି, ଚକ୍ର ବାଗ, ଖଗେଶ୍ୱର ଧଙ୍ଗଡା ମାଝୀ, ଦାମୋଦର ବେହେରା, ,ଦୁର୍ୟୋ ମାଝୀ, ଶରତ ଶବର, ପ୍ରଭାକର ସେଠି, ରଶ୍ମିରଞ୍ଜନ ନାୟକ, ଅକ୍ଷୟ ମେହେର ,ସତ୍ୟନାରାୟଣ ବୈଶ୍ୟ, ସାହେବ ଛାତ୍ରୀଆ, ଟିକଚନ ବାଗ, ହରପ୍ରସାଦ ମାଝୀ, ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ହୋଇ ନିଜର ବକ୍ତବ୍ୟ ରଖି ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବି ନେଇ ନିଜମତ ରଖିଥିଲେ, ଏହି କାର୍ଯ୍ୟ କ୍ରମରେ ସଂଗ୍ରାମ ସମିତିର ,ସୁନ୍ଦରମୋହନ ଛାତ୍ରୀଆ ,ବ୍ୟୋମକେଶ ପୁରୋହିତ,ମିନୁ କନ୍ଦପାନ ଭୋକୋରଧନ ଧଙ୍ଗଡାମାଝୀ, ପୁରନେନ୍ଦୁ ମାଝୀ,ସୁଶାନ୍ତ ନାଏକ, ଅଞ୍ଜନ ଖିତି, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବାବେଳେ କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ତଥା ସଂଗଠନର ଉପଦେଷ୍ଟା ନରେନ୍ଦ୍ର ଖିତି ଆଜିର କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

ପାଗଳର ସେବା ସୁଶ୍ରୁଷା କରି ଉଦାହରଣ ସ୍ରୁଷ୍ଟି କଲେ

masiha

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!