ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନେଇ ପୂର୍ବ ପ୍ରସ୍ତୁତି ବୈଠକ 

ଉତ୍କଳ ସମ୍ମିଳନୀ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନେଇ ପୂର୍ବ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର (ମସିହା)୧୦.୯.୨୦୨୩,ରବିବାର, ଉତ୍କଳ ସମ୍ମିଳନୀ ର ଆଗାମୀ ତା. ୨୫.୯.୨୦୨୩ ସୋମବାର ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ ଜିଲ୍ଲା, ବିଭିନ୍ନ ବ୍ଲକ ସଂଗଠକ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ଯ ମାନଙ୍କୁ ନେଇ ଜିଲ୍ଲା ସଭାପତି ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର ଙ୍କ ପରାମର୍ଶ କ୍ରମେ , ଆବାହକ ବରିଷ୍ଠ ସାହିତ୍ୟିକ, ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ଯ ଶ୍ରୀଯୁକ୍ତ ବୁଲୁ ହୋତା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଗୁରୁକ୍ରୁପା ଏଜୁକେସନାଲ୍ ଟ୍ରଷ୍ଟ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ପାଢୀ ,ସମ୍ମିଳନୀ ର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାମ ପ୍ରସାଦ ପାତ୍ରଙ୍କ ମାର୍ଗ ଦର୍ଶନରେ ଆନୁଷ୍ଠାନିକ ଭାବେ ପୁର୍ବ ପ୍ରସ୍ତୁତି ନେଇ ଏକ ବୈଠକ ସ୍ଥାନୀୟ ଗୁରୁକ୍ରୁପାା ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ହୋଇଥିଲା। ଏଥିରେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ଯ, ସମ୍ମାନୀତ ଗାଳ୍ପିକ, ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମିଳନୀ ସହ ସଂପାଦିକା ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା, ନବରଙ୍ଗପୁର ବ୍କକ ସଭାନେତ୍ରୀ, ସାହିତ୍ୟିକା ଶ୍ରୀମତି ସ୍ବର୍ଣ ଲତା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ, କବି ତଥା ନନ୍ଦାହାଣ୍ଡି ବ୍ଲକ ସଭାପତି ଶ୍ରୀଯୁକ୍ତ ପ୍ରଭଞନ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଗୁରୁ ଦାସୀ ମଣ୍ଡଳ, ରାଇଘର ବ୍ଲକ୍ ସଭାନେତ୍ରୀ ଶ୍ରୀମତୀ ସ୍ବାଗତିକା ବାହିନୀପତି, ଉମରକୋଟ ବ୍ଲକ ସଭାନେତ୍ରୀ ସୁଶ୍ରୀ ଚନ୍ଦନା ମଲ୍ଲିକ, ଚନ୍ଦାହାଣ୍ଡି ବ୍ଲକ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଖମାରୀ ଉପସ୍ଥିତ ଋହି ନିଜନିଜ ମତାମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ସୁଶ୍ରୀ ଚନ୍ଦନା ମଲ୍ଲିକ ପରିଚାଳନା କରିଥିବା ବେଳେ ଗୁରୁକ୍ରୁପା ଏଜୁକେସନାଲ୍ ଟ୍ରଷ୍ଟ ର ସଦସ୍ଯ ମାନେ ସହଯୋଗ କରିଥିଲେ। ଉତ୍କଳ ସମ୍ମିଳନୀ ର ଜିଲ୍ଲା ସଂପାଦକ ଶ୍ରୀ ଦୁର୍ଗା ପ୍ରସାଦ ପାଢୀ ପୌରହିତ୍ଯ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଂଚଳିକତା ସୁରକ୍ଷା କୁ ନେଇ ବିଭିନ୍ନ ସମୟରେ ସମସ୍ୟା ତଥା ସୀମାବର୍ତ୍ତୀ ଅଂଚଳର ବିକାଶକୁ ନେଇ ଶ୍ରୀଯୁକ୍ତ ପଟ୍ଟନାୟକ ମତ ରଖିଥିବା ବେଳେ, ଜିଲ୍ଲା ପ୍ରଶାସନ ସମ୍ମିଳନୀ ର ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ବ ଦେଉଥିବା କଥା ସଂପାଦକ ଶ୍ରୀ ପାଢୀ ସ୍ପଷ୍ଟିକରଣ ରଖିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

Sunil Chandra Nayak

ଖଡ଼ିଆଳରେ ୨ କୋଟି ୫୭ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟିତ

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

Leave a Comment

error: Content is protected !!