ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍କଳ ଆଲୁମିନା ଦ୍ଵାରା ସହଭାଗୀ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଉତ୍କଳ ଆଲୁମିନା ଦ୍ଵାରା ସହଭାଗୀ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଭୁବନେଶ୍ଵର //  ଟିକିରି: କ୍ରୀଡା, କ୍ରୀଡାଭାବନା ଏବଂ ସହଭାଗୀମାନଙ୍କ ସହିତ ଏକ ଉତ୍ପାଦିକତା ଭିଭିକ ସହଯୋଗିତା ପ୍ରତି ନିଜର ଆନ୍ତରିକ ପ୍ରତିବଦ୍ଧତାକୁ ଅନୁପାଳନ କରି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ଵାରା ଚଳିତ ମାସ ୯ ତାରିଖରେ ଓଷାପଡା ସହରାଞ୍ଚଳ କ୍ରିକେଟ ପଡିଆରେ ଏକ ଦିବସୀୟ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଥିଲା ।

ଜିଲ୍ଲାପାଳ ଏକାଦଶ-ରାୟଗଡା, ଏସ୍‌ପି ଏକାଦଶ-ରାୟଗଡା, ସିଆର୍‌ପିଏଫ ଏକାଦଶ-ରାୟଗଡା, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏକାଦଶ, ରେଳ ଡିଭିଜନ ଏକାଦଶ ଏବଂ ଉତ୍କଳ ଆଲୁମିନା ଏକାଦଶ ଆଦି ମୋଟ ଛଅଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ।

ଟୁର୍ଣ୍ଣାମେଣ୍ଟରେ ନିର୍ଣ୍ଣାୟକ ଖେଳରେ ଏସ୍‌ପି ଏକାଦଶ ରାୟଗଡା ବିପକ୍ଷରେ ଜିଲ୍ଲାପାଳ ଏକାଦଶ ରାୟଗଡା ଦଳ ବିଜୟୀ ହୋଇ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିବାବେଳେ ଏସ୍‌ପି ଏକାଦଶ ରାୟଗଡା ଟୁର୍ଣ୍ଣାମେଣ୍ଟର ରନର୍-ଅପ୍ ହୋଇଥିଲେ।

ଶ୍ରୀମତୀ ସ୍ଵଧା ଦେବ ସିଂହ, ଆଇଏଏସ୍, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା, ଶ୍ରୀ ବିବେକାନନ୍ଦ ଶର୍ମା, ସୁପିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ରାୟଗଡା, ଶ୍ରୀ ଅଜିତ ସାଙ୍ଗୱାନ୍ (ଡିଆଇଜି-ସିଆର୍‌ପିଏଫ), ଶ୍ରୀ ନିଳାମ୍ବର ମିଶାଲ (ଅତିରିକ୍ତ ଶ୍ରମ ଆୟୁକ୍ତ ଭୁବନେଶ୍ଵର), ଶ୍ରୀ ଭାସ୍କର ରଇତ, ଓଏଏସ୍, (ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ରାୟଗଡା), ଶ୍ରୀ ଶଙ୍କର ଚୌଧରୀ (ଆର୍‌ଟିଓ, ରାୟଗଡା), ଶ୍ରୀ ବିଶ୍ଵ ବିସ୍ତ୍ରୁତ ତ୍ରିପାଠୀ (ତହସିଲଦାର) ଏବଂ ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ବଳା ମହିଳା କ୍ଲବ୍ ଏହି ଟୁର୍ଣ୍ଣାମେଣ୍ଟରେ ବିଶିଷ୍ଟ ଅତିଥୁ ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ନିଜର ଆୟୋଜକ ଅଭିଭାଷଣରେ ଶ୍ରୀ ମଜହର ବେଗ୍ ସମସ୍ତ ଅଂଶଗ୍ରହଣକାରୀ ଦଳ ଏବଂ ଅଫିସିଆଲ୍‌ମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିମନ୍ତେ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ ସହଭାଗୀ ଟୁର୍ଣ୍ଣାମେଣ୍ଟରେ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିଥିଲେ।

ଟିମ୍ ଉତ୍କଳ ଆଲୁମିନା ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଶ୍ରୀ ପିତାମ୍ବର ବେହେରା, ଏଜିଏମ୍ ଓ ପିଆରଓ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା 

masiha

Leave a Comment

error: Content is protected !!