ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦର ମହକୂମା ରେ ସ୍ଵାଧୀନତା ସଂଗ୍ରାମୀ ରବି ସିଂ ମାଝୀ ଙ୍କ ଘର l ସେ ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇ ଟୁରୀ ନଦୀ ପାପଡାହାଣ୍ଡି ଠାରେ ସହିଦ୍ ହୋଇ ଥିଲେ l ଏଇ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଲଢ଼ୁଆ ନେତାଙ୍କ ପ୍ରଚେଷ୍ଟା ଓ ଇଂରେଜମାନଙ୍କ ଗୁଳିରେ ସହିଦ୍ ହୋଇସ୍ଵାଧୀନତା 

ଆଣିଥିବା ପରିବାର ସହିଦ୍ ସ୍ଵାଧୀନତା ସଂଗ୍ରାମୀ ରବି ସିଂ ଙ୍କ ପୁତ୍ର ବଧୁ ବିଶିଷ୍ଟ ମହିଳା ସାମାଜ ସେବୀ ଗାନ୍ଧୀ ବାଦୀ ତଥା ନବରଙ୍ଗପୁର ଭୂମିପୁତ୍ରୀ ସମ୍ମାନ ପାଇଥିବା ଏବଂ ମାଟିର ଶ୍ରେଷ୍ଠ ମା ସମ୍ମାନ ପ୍ରାପ୍ତ ସାମାଜ ସେବୀ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଓ ତାଙ୍କ ସହଧର୍ମିଣୀ ମହିଳା ସାମାଜସେବୀ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତାଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିଲେ l ତାଙ୍କର ଆରୋଗ୍ୟ କାମନା କରିଥିଲେ ମା ଭଣ୍ଡାରଘରଣୀ ଓ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ l ସେ ନବରଙ୍ଗପୁର ଜିଲ୍ଲାର ସମସ୍ତଙ୍କ ସହିତ ସୁପରିଚିତ ଥିବାରୁ ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ଖୁବ ଶୀଘ୍ର ଆରୋଗ୍ୟ ହେବା ନେଇ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନିବେଦନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

Sunil Chandra Nayak

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!