ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

ଢେଙ୍କାନାଳ :(ମନିସ )12/09/23 //  ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ ଗ୍ରାମର କୃଷ୍ଣ ପ୍ରସାଦ ପାଟରା ଓ ବିଦ୍ୟୁତ ପ୍ରଭା ପାଟରା ଙ୍କ ଝିଅ l ଏଯାବତ ସେ ଖେଳ, ଦୁଃସାହାସିକ କ୍ରୀଡା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି 153 ଟି ପୁରସ୍କାର ପାଇଛନ୍ତି l ସେ ଏବେ ଯେଉଁ କିଲ୍ଲିମଞ୍ଜର ପର୍ବତ ଆରୋହଣ କରିବେ ତାହାର ଉଚ୍ଚତା 19,341ଫୁଟ l ଏହାପରେ ସେ ଋଷର ଏଲବୃଶ ପର୍ବତ ଆରୋହଣ କରିବା ପାଇଁ ଲକ୍ଷ ରଖିଛନ୍ତି l ସେ ନିଜର ଯାତ୍ରା 14 ସେପ୍ଟେମ୍ବର ରୁ ଆରମ୍ଭ କରିବେ ଏବଂ ସେ ପାର୍ବତରୋହଣ କରି ସେପ୍ଟେମ୍ବର 25ରେ ଆସି ଓଡିଶାରେ ପଂହଁଚିବେ l ସେ ନିଜର ଏହି ଯାତ୍ରା ଦ୍ୱାରା ମୁଖ୍ୟତଃ 5ଟି ଜିନିଷ (ସଡ଼କ ସୁରକ୍ଷା, ରକ୍ତ ଦାନ, ବୃକ୍ଷରୋପଣ, ଗୀତ ଭାଗବତ ଓ ଅଙ୍ଗଦନ ) ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚାଁହୁଛନ୍ତି l

ସେ ନିଜର ପାର୍ବତରୋହଣ ପାଇଁ ଇଛା ଓ ଅର୍ଥଭାବ ସମ୍ପର୍କରେ 5ଟି ସଚିବ ଙ୍କୁ ଟୁଇଟ ମଧ୍ୟମରେ ଜଣାଇଥିଲେ l ଏହାପରେ 5ଟି ସଚିବଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ତରଫରୁ ତାଙ୍କୁ 25ହଜାର ଟଙ୍କାର ଅର୍ଥରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଆପତ୍ତିକାଳୀନ ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ଓ ଡେପୁଟି କଲେକ୍ଟର ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିକଶିତ ଗାଁ ବିକଶିତ ଓଡିଶା ଶୁଭାରମ୍ଭ ନେଇ ପ୍ରସ୍ତୁତି ବୈଠକ

masiha

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

masiha

କୋଶାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!