ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

ଡାବୁଗାଁ, ୧୪/୯ (ମ.ନି.ସ)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଶାଗୁଆନ କାଠ ଗଣ୍ଡି ଜବତ କରିବା ସହ ୬ ଜଣ ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ବୁଧବାର ରାତିରେ ଡାବୁଗାଁ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତ୍ରିରେ ଜଟାବାଲ ସେକସନ ଅଧୀନ ଗୋଡେଗାଁ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ବୋଲେରୋ ଗାଡି ରହିଥିବା ଦେଖିବାକୁ ପାଇଥିଲେ | ପରେ ସନ୍ଧେହ ହେବାରୁ ଜଙ୍ଗଲ ଭିତରକୁ ଯାଇ ଦେଖିଥିଲେ ଯେ କିଛି ଲୋକ ଶାଗୁଆନ କାଠ ଗଣ୍ଡି ପିକ-ଅପ ଗାଡିରେ ଲୋଡିଙ୍ଗ କରୁଥିଲେ | ସଙ୍ଗେ ସଙ୍ଗେ ବନ କର୍ମଚାରୀ ମାନେ ଗୋଡେଗାଁ ବନ ସଂରକ୍ଷଣ ସମିତି ର ସଦସ୍ୟ ମାନଙ୍କ ସହଯୋଗରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ | ଏହି ଚଢାଉ ସମୟରେ କିଛି ଲୋକ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ୬ ଜଣ ଙ୍କୁ କାବୁ କରାଯାଇଥିଲା | ସେମାନଙ୍କ ଠାରୁ ୫ ଟି ଟାଙ୍ଗିଆ, ୩ ଟି ମୋବାଇଲ , ୧ ଟି ପିକ-ଅପ ଗାଡି ନଂ ଓଡି ୨୪ ଜି ୨୫୦୮ ଓ ୧ ଟି ବୋଲେରୋ ଗାଡି ନଂ ଓଡି ୦୮ ଏଲ ୧୮୨୪, ୬ ଫୁଟ ୬ ଇଞ୍ଚ ଲମ୍ବା ଓ ୩ ଫୁଟ ଗୋଳେଇ ର ୧୧ ଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି | ଅଭିଯୁକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି | ଅଭିଯୁକ୍ତ ମାନେ ହେଲେ ପାତ୍ରୀ ଗ୍ରାମର ଗିରିଧର ହରିଜନ (୩୬), ମାନସିଂ ଭତ୍ରା (୨୩), ଭଞ୍ଜକିଶୋର ବେନିଆ (୩୨), ଜାମୁଗୁଡା ଗ୍ରାମର ଆସରନ ସାଗରିଆ (୩୦), ଖାଲିଗୁଡା ଗ୍ରାମର ଭଗବାନ ଭତ୍ରା (୫୩) ଓ ନବରଙ୍ଗପୁର ଥାନା ଅଧୀନ ମାଝିଗୁଡା ଗ୍ରାମର ଶୋଭନ ସୁନା (୩୩) | ସମସ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୯୭/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ କାଠର ଆନୁମାନିକ ସରକାରୀ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ଭରପ୍ରାପ୍ତ ବନପାଳ ସଦା ସାନ୍ତା, ବନରକ୍ଷୀ ପ୍ରକାଶ ସରକାର, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ପାରା ଷ୍ଟାଫ ଓ ଗୋଡେଗାଁ ବନ ସଂରକ୍ଷଣ ସମିତିର ସଦସ୍ୟ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମିସିଙ୍ଗ ରିପୋର୍ଟରୁ ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!