ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ ଅନୁଷ୍ଠିତ

ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ ଅନୁଷ୍ଠିତ

କୋକସରା୧୨/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବିଇଓ ରଶ୍ମିତା ନେତମ, ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ବ୍ଲକ ପୂର୍ବତନ ବିଇଓ ବାଞ୍ଛାନିଧି ପୁରୋହିତ, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ବ୍ଲକ ଓଷ୍ଟା ସଙ୍ଘର ସଭାପତି ସୁଧୀର କୁମାର ପଣ୍ଡା, ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ଦାସ, ଖୁଣ୍ଟିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ ପଣ୍ଡା, ସ୍କୁଲ ପରିଚାଳନା କମିଟିର ସଭାପତି ତିଳ ମହାନନ୍ଦ ପ୍ରମୁଖ ଯୋଗଦେଇ କ୍ରୀଡା ଦିବସର ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ସ୍କୁଲରୁ ଭାଗ ନେଇଥିବା ୧୪ ରୁ ୧୭ ବର୍ଷର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାକୁ ପ୍ରେରଣା ଦେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଖୋଖୋ କବାଡ଼ି, ଫୁଟବଲ, ଚେସ, ୟୋଗା ରେ ଖେଳ ପ୍ରଦର୍ଶନ କରିଥିଲେ। ସମସ୍ତ କ୍ରୀଡାକୁ କୋକସରା ବ୍ଲକ ନୋଡାଲ ପିଇଟି ଅମିତ କୁମାର ମହାନ୍ତି, ଉତ୍ତମ ସାହୁ, ଦିପ୍ତୀ ଠାକୁର, ଶଙ୍କର ପୋଢ଼ ଖେଳ ଶିକ୍ଷକ ପରିଚାଳନା କରିଥିଲେ। ଅତିଥି ପରିଚୟ ଓ ମଞ୍ଚ ପରିଚାଳନାରେ ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଷୀ ସହଯୋଗ କରିଥିଲେ। ସ୍କୁଲର ଶିକ୍ଷକ କର୍ମଚାରୀ ମହେନ୍ଦ୍ର ବଣିଆ, ମୋହିତ ରାଉତ, ଛବିନ୍ଦ୍ର ନାଏକ, ପ୍ରୟାଗ ଯୋଶୀ, ସାନନ୍ଦ ପ୍ରଧାନ, ସନ୍ଦୀପ ଚୌଧୁରୀ, ସମୀର ପାତ୍ର, ଲାବାନ୍ୟ ସିଂ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

masiha

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

masiha

60th All India Railway Ball Badminton Championship Concludes at Waltair

Sunil Chandra Nayak

Leave a Comment

error: Content is protected !!