ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ଦିନରେ ଶିକ୍ଷକ ଙ୍କ ଗଣ ଧାରଣା:- ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା; ଭୟ ନୁହେଁ ନ୍ୟାୟ ଦିଅ

ତୃତୀୟ ଦିନରେ ଶିକ୍ଷକ ଙ୍କ ଗଣ ଧାରଣା:- ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା;

ଭୟ ନୁହେଁ ନ୍ୟାୟ ଦିଅ

ମ.ରାମପୁର,୧୫/୯(ମସୀହା): ତିନି ଦଫା ଦାବିରେ ଅଟଳ ରହିଛି ଶିକ୍ଷକ ସଂଘ । ଆଜି ତୃତୀୟ ଦିନରେ ପହଞ୍ଚିଛି ଗଣଧାରଣା । ତେବେଏହି ଧାରଣା ପାଇଁ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ପଡିଛି। ଅନ୍ୟପଟେ ଶିକ୍ଷକ ମାନେ ଭୟ ନୁହେଁ ନ୍ୟାୟ ଦିଅ ବୋଲି ନିଜ ଜିଦ ଧରି ନିରନ୍ତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ ମ ,ରାମପୁର ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ର କୌଣସି ସମାଧାନ କିମ୍ବା ନିର୍ଭର ପ୍ରତିଶ୍ରୁତି ନ ମିଳିବା ଯାଏଁ ଶିକ୍ଷକ ମାନେ ସମୂହ ଛୁଟି ସହ ସାରା ଓଡ଼ିଶା ର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଗଣ ଧାରଣା ରେ ବସି ରହିଛନ୍ତି । ମ,ରାମପୁର ବ୍ଲକ୍ ସଂଘ ର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ମାନେ ଧାରଣା ରେ ବସିଥିବାବେଳେ ତିନି ଦଫା ଦାବି ଯଥା ରାଜ୍ୟ ସରକାର ଠିକା ଉଛେଦ କରି ଥିବା ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରି ରେ ଗଣନା କରାଯାଉ ତଥା ବିଦ୍ୟାଳୟ ରେ ଥିବା ଗଣଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ଯତା ଦିଆଯାଉ। ରାଜ୍ୟ ରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତି କୁ , ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବା ରୁ ତଥା ମୂଳ ପଦବୀ ଯୋଗ୍ୟତା ରେ ପରିବର୍ତନ ହୋଇଥିବାରୁ ରାଜ୍ୟ ରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ,। ନୂତନ ପେନସନ ବ୍ୟବସ୍ଥା କୁ ଉଛେଦ କରି ପୁରୁଣା ପେନସନ କୁ ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି । ଆଜିର ଏହି ସମୂହ ଛୁଟି ଓ ଧାରଣା ପ୍ରଫୁଲ୍ଲ ସାହୁ, ତାନୁରାମ ହରିଜନ, ବୀରେନ୍ଦ୍ର ରଥ, ଶଙ୍କର ରଥ, ଗଙ୍ଗାଧର ସାହୁ, ମୋହନ ନାଏକ, ପ୍ରଶାନ୍ତ ଦଣ୍ଡସେନା, କୁନୁ ରଥ, ରାମେଶ୍ୱର ପାତ୍ର, ମୁକେଶ ହୋତା, ଶୁଭଶ୍ରୀ ପଣ୍ଡା, ଶିଭାଗିନୀ ହୋତା ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେଇଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

ଓଡ୍ରାଫ ଟୀମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

masiha

ଗାଁ ର ଗରିବ,କୃଷକ, ଯୁବକ,ମହିଳା, ଆଦିବାସୀ ଙ୍କ ବିକାଶ ପାଇଁ ବ୍ୟାଙ୍କ ଋଣ ଦିଅ. ସାଂସଦ ନିରଞ୍ଜନ

masiha

Leave a Comment

error: Content is protected !!