ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ଇପିଏଫ ପେନସନ ଭୋଗୀମାନଙ୍କ ଧାରଣା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଇପିଏଫ ପେନସନ ଭୋଗୀମାନଙ୍କ ଧାରଣା

ରାଜ୍ୟରେ ଥିବା ଦୁଇ ଲକ୍ଷ ୨୦ ହଜାର ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କ ଆର୍ଥିକ ଦୂରାବସ୍ଥା ପ୍ରତି କେନ୍ଦ୍ର ଓ ରାଜ୍ୟସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ମାସିକ ଇପିଏଫ ପେନସନ ୫୦୦ ଟଙ୍କାରୁ ୩୫୦୦ ଟଙ୍କା ମଧ୍ୟରେ ପାଉଛନ୍ତି । ସେଥ୍ ମଧ୍ୟରୁ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଇପିଏଫ ପେନସନ ଭୋଗୀ ସର୍ବନିମ୍ନ ପେନସନ ମାସକୁ ୫୦୦ ଟଙ୍କାରୁ ୧୦୦୦ଟଙ୍କା ମଧ୍ୟରେ ପେନସନ ପାଉଛନ୍ତି । ସର୍ବନିମ୍ନ ପେନସନ ମାସିକ ୯୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା ଦେବାପାଇଁ ଆସୋସିଏସନ ତରଫରୁ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥି ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ସେହିଭଳି ଓଡିଶାରେ ଥିବା ଇପିଏଫ ପେନସନ ଭୋଗୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେଥି ପ୍ରତି ଦୃଷ୍ଟି ଦେଉନାହାନ୍ତି। ଇପିଏଫ ପେନସନ ମାସିକ ୯୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଇପିଏଫ ପେନସନ ଭୋଗୀମାନଙ୍କୁ ସାମିଲ କରିବା ଏବଂ ସୁପ୍ରିମକୋଟଙ୍କ ନିର୍ଦ୍ଦେଶରେ ବର୍ଦ୍ଧିତ ପେନସନ ଦେବା ଦାବୀରେ ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ କଳାହାଣ୍ଡି ଜିଲ୍ଲା ର ସଭାପତି ଶ୍ରୀ ବୈଦ୍ୟନାଥ ଦାଶଙ୍କ ଆହ୍ଵାନରେ ଚକ୍ରଧର ପଣ୍ଡା , ଅଶୋକ କୁମାର ଦାଶ, କୃଷ୍ଣଚନ୍ଦ୍ର ସାହୁ , ଡମ୍ବରୁଧର ବାହିନୀପତି ସହିତ କଳାହାଣ୍ଡିର ସଦସ୍ୟ ମାନେ ଭବାନୀପାଟଣାରେ ଗାନ୍ଧୀଛକଠାରେ ଥିବା ଗାନ୍ଧୀ ମୂର୍ତ୍ତି ସାମ୍ନାରେ ଧାରଣା ଦେଇଛନ୍ତି ।

ଆଗାମୀ ଦିନରେ ଆମର ଦାବି ପୂରଣ ନ ହେଲେ ଏହି ଆନ୍ଦୋଳନକୁ ଜୋରଦାର କରିବାପାଇଁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

masiha

ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବା ନେଇ ପ୍ରସାନିକ ବୈଠକ

Sunil Chandra Nayak

ବ୍ଲକ ପ୍ରଶାସନ ତରଫରୁ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ

masiha

Leave a Comment

error: Content is protected !!