ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

ବନ୍ଧୁଗାଁ ତା ୧୫/୯/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ବନ୍ଧୁଗାଁ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି କୁ ନେଇ ଆଜକୁ ୩ ଦିନ ହେଉଛି ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାମୁହିକ ଛୁଟିରେ ରହି ଆନ୍ଧୋଳନ କରି ଗଣଧାରଣା ଦେଇଛନ୍ତି। ବନ୍ଧୁଗାଁ ବ୍ଲକର ୨୮୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମୁହିକ ଛୁଟି ରେ ରହି ଗଣଧାରଣାରେ ବସି ରହିଥିବାରୁ ୧୦୯ ରୁ ଉର୍ଦ୍ଧ ସ୍କୁଲରେ ଶିକ୍ଷାଦାନ ସମ୍ପୂର୍ଣ ପ୍ରଭାବିତ ହୋଇଛି। ଏହାଯୋଗୁଁ ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି। ୬ ବର୍ଷ ଠିକା ଚାକିରିକୁ ମୂଳ ଚାକିରିରେ ଗଣନା କରିବା, ବେତନ ବୃଦ୍ଧି ସହ ପଦୋନ୍ନତି ସୁଯୋଗ, ନେସନାଲ ଇନ କ୍ରୀମେଣ୍ଟ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା,ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କୁ ଉଚ୍ଛେଦ କରି ସମସ୍ତ କନିଷ୍ଟ ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକର ମାନ୍ୟତା କରିବା ଦାବିକୁ ନେଇ ଗଣଧାରଣା ଦିଆ ଯାଇଥିଲା । ଏହି ଗଣ ଧାରଣା ରେ ଏନପିଏସ ୧୬୧ ଜଣ ଓ ଜେଟି ୪୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ରହିଥିବା ବେଳେ ଓପିଏସ ଶିକ୍ଷକ ୭୮ ନୈତିକତା ଦୃଷ୍ଟିରୁ ଗଣ ଧାରଣା ରେ ବସିଥିଲେ । କିନ୍ତୁ ଜିଏସ ୧୨ ଜଣ ଓ ଏକ୍ସ କେଡର ର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଧାରଣାରେ ଭାଗ ନେଉ ନ ଥିବା ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଠାରୁ ଜାଣିବାକୁ ମିଳିଛି । ପ୍ରତିଦିନ ଗୁଗୁଲୁ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ସମୂହ ଛୁଟିରେ ରହି ଗଣ ଧାରଣା ଦେଉଥିବା ଶିକ୍ଷକଙ୍କ ତାଲିକା ରାଜ୍ଯ ସରକାରଙ୍କ ନିକଟରେ ପହଞ୍ଚାଉ ଥିବା ଜଣାଇଛନ୍ତି । ଆଜି ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷକ ସଭାପତି, ସମ୍ପାଦକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ଙ୍କ ସହିତ ଆଲୋଚନା କରି ଫେରି ଯାଇଛନ୍ତି। ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋଜ କୁମାର ବାଘ , ଉପ ସଭାପତି ମୂରଲୀଧର ସାହୁ, ଉଦିତ ନାରାୟଣ ରାଚମଲା, କେ ପ୍ରତାପ କୁମାର, ବାସୁଦେବ ଦେବରପଲ୍ଲୀ, ଏସ ସାମନ୍ତ ରାୟ ଓ ସନ୍ନ୍ୟାସୀ ଦେବରପଲ୍ଲୀ ପ୍ରମୁଖ ସମେତ ଅନେକ ଶିକ୍ଷକ ମାନେ ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

masiha

ଇସ୍ପାତ ନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

Leave a Comment

error: Content is protected !!