ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଗର ସାପ ଗିଳିଦେଲା ଛେଳିକୁ

ଅଜଗର ସାପ ଗିଳିଦେଲା ଛେଳିକୁ

ବାଲେଶ୍ୱର,୧୬/୯/୨୩- ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଗ୍ରାମର ରମାକାନ୍ତ ସିଂ ଘର ପାଖ ଜଙ୍ଗଲ ଦେବଗିରି ପାହାଡ଼କୁ ଛେଳି ଚରେଇବା ପାଇଁ ଯାଇଥିଲେ । ଛେଳିଟି ଲତା ଭିତରେ ଚରୁଥିବା ବେଳେ ହଠାତ ଏକ ଦଶ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ଲତା ଭିତରୁ ବାହାରି ଛେଳିକୁ ଗିଳିଦେଇଥିଲା । ଯେତେ ଚେଷ୍ଟା କରିଥିଲେ ବି ଛେଳି ଚରାଳି ଓ ଅଂଚଳବାସୀ ଛେଳିଟିକୁ ଉଦ୍ଧାର କରି ପାରି ନଥିଲେ । ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଭିତର ଜଙ୍ଗଲରେ ଛାଡିଦେଇ ଥିଲେ । ଗିଳିଥିବା ଛେଳିର ଉଜ୍ଜନ ପ୍ରାୟ ପାଖା ପାଖି ୧୦ରୁ ୧୨ କିଲୋ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି । ଅପରପକ୍ଷେ ବନ ବିଭାଗ ପକ୍ଷରୁ ଛେଳି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ଦାବି ହୋଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ

masiha

ସମ୍ପତି ପାଇଁ ବୃଦ୍ଧା ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ 

masiha

ଗ୍ରାମୀଣ ମହିଳା ଓ ଯୁବତୀଙ୍କ ସ୍ୱାବଲମ୍ବନ ପାଇଁ ଆଗେଇ ଆସିଲା Operation AGAPE Skill Development Center

Sunil Chandra Nayak

Leave a Comment

error: Content is protected !!