ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଗର ସାପ ଗିଳିଦେଲା ଛେଳିକୁ

ଅଜଗର ସାପ ଗିଳିଦେଲା ଛେଳିକୁ

ବାଲେଶ୍ୱର,୧୬/୯/୨୩- ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଢୋଲପୁର ଗ୍ରାମର ରମାକାନ୍ତ ସିଂ ଘର ପାଖ ଜଙ୍ଗଲ ଦେବଗିରି ପାହାଡ଼କୁ ଛେଳି ଚରେଇବା ପାଇଁ ଯାଇଥିଲେ । ଛେଳିଟି ଲତା ଭିତରେ ଚରୁଥିବା ବେଳେ ହଠାତ ଏକ ଦଶ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ଲତା ଭିତରୁ ବାହାରି ଛେଳିକୁ ଗିଳିଦେଇଥିଲା । ଯେତେ ଚେଷ୍ଟା କରିଥିଲେ ବି ଛେଳି ଚରାଳି ଓ ଅଂଚଳବାସୀ ଛେଳିଟିକୁ ଉଦ୍ଧାର କରି ପାରି ନଥିଲେ । ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଭିତର ଜଙ୍ଗଲରେ ଛାଡିଦେଇ ଥିଲେ । ଗିଳିଥିବା ଛେଳିର ଉଜ୍ଜନ ପ୍ରାୟ ପାଖା ପାଖି ୧୦ରୁ ୧୨ କିଲୋ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି । ଅପରପକ୍ଷେ ବନ ବିଭାଗ ପକ୍ଷରୁ ଛେଳି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ଦାବି ହୋଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

masiha

କାନ୍ଥ ରେ ଝଲମଲ, ସରକାରଙ୍କ ବିକାଶ ର ନଗ୍ନ ଚିତ୍ର

masiha

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!