ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

ନର୍ଲା ( ମପ୍ର) କଳାହାଣ୍ଡି ଜିଲ୍ଲା କେୟାର ଇଣ୍ଡିଆ ଭବାନୀପାଟଣା ପକ୍ଷରୁ ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଶିବ ମନ୍ଦିର ପରିସରରେ ଏକ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେୟାର ଇଣ୍ଡିଆ ସଂଗଠନ ଅଧିକାରୀ ବିକାଶ ସିଂଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ କୃଷି ମୈ।ସମ ସେବା ବୈଷୟିକ ଅଧିକାରୀ ଅଂଶୁମାନ ନାୟକ, ବୈଷୟିକ ଅଧିକାରୀ ବିଭୂତି ଭୂଷଣ ସାହୁ, ଶକ୍ତି କେୟାର ଇଣ୍ଡିଆର ପ୍ରୋଜେକ୍ଟ ମ୍ୟାନେଜର ଜ୍ୟୋତି ପ୍ରକାଶ ରଥ, ଏଡିଆର ଭବାନୀ ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ରହି ପୁରୁଷ ଓ ମହିଳା କୃଷକଙ୍କୁ ପାଣିପାଗ ଭିତ୍ତିକ ଫସଲ ପରିଚାଳନାରେ ମୈ।ସମ ଓ ମେଘଦୂତ ମୋବାଇଲ ଆପର ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥିଲେ। କୃଷି ଅଧିକାରୀ ପ୍ୟାରୀମୋହନ ପୁରୋହିତ କୃଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ଚାଷୀ ସଭାନେତ୍ରୀ କବିତା ବେହେରା, ସିଆରପି ସଙ୍ଗୀତା ଭୋଇ, ସିଆରପି କେଶବ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ କେୟାର ଇଣ୍ଡିଆ ପକ୍ଷରୁ ନର୍ଲା ବ୍ଳକର ଆଠ ଗୋଟି ପଂଚାୟତର କୋଡ଼ିଏ ଖଣ୍ଡ ଗାଁରେ ଶକ୍ତି ପ୍ରୋଜେକ୍ଟ ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବେଣୁଧର ସୂତାର ଙ୍କ କବିତା ଧୂଳି ଧରଣୀର ପରେ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

ପାଞ୍ଚ ମାସରେ ୯,୦୦୦ ଟ୍ରେନ୍ ବାତିଲ: କୋଇଲା ପରିବହନ ପାଇଁ ୧,୯୩୪ ଟ୍ରେନ୍ ବାତିଲ.

Leave a Comment

error: Content is protected !!