ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

 ରାୟଗଡ/ମୁନିଗୁଡା -ତା.୧୮/୯ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଅତିରିକ୍ତ ଆରୋଖିଅଧିକ୍ଷ ବିଷ୍ଣୁ ପ୍ରସାଦ ପାତ୍ର, ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡରୁକା ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

 ଆଜି ମୋଟ ୪୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ୩୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହାପରେ ଜିଲ୍ଲାପାଳ ଶ୍ରୀମତି ନୂତନ ନିର୍ମିତ ବସ ଷ୍ଟାଣ୍ଡକୁ ଅନୁଧ୍ୟାନ କରୁଥିଲେ l ମୁନିଗୁଡା ମହାବିଦ୍ୟାଳୟ ଯାଇ 5ଟି ଅଧୀନରେ ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟକ୍ରମ ଅନ୍ୟଧ୍ୟାନ କରିଥିଲେ l 

ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜଳ ବିଭାଜିକା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ. ଦୟାନିଧି ବାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭବାନୀ ମିଶ୍ର, ଜିଲ୍ଲା ମୁଖ୍ୟ ଖାଦ୍ୟ ଯୋଗାଣ,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ସାକିଲା ଚରଣ ବାସ୍କେ,ଜିଲ୍ଲା ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀକାନ୍ତ ପାଣିଗ୍ରାହୀ ସମେତ ମୁନିଗୁଡା ବିଡ଼ିଓ,ତହସିଲଦାର ଏବଂ ଅନ୍ୟ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ସେହିପରି ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

   

Related posts

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

masiha

ଗାଁ କୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

Leave a Comment

error: Content is protected !!