ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ 59 ଟି ଅଭିଯୋଗ 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ 59 ଟି ଅଭିଯୋଗ 

ରାଇଘର, // ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟ|ଳୟର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମୋବାର ଅନୁଷ୍ଠିତ ହୋଇଯାଇଛି | ସମୁଦାୟ 59 ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ 37 ଟି ଗୋଷ୍ଟି ଗତ ଓ 22 ଟି ବ୍ୟକ୍ତିଗତ ଥିଲା। ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଦେଖିବକୁ ମିଳିଥିଲା| ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ଉପଜିଲାପାଳ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ , ଜିଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲା ସମାଜ କଲ୍ୟାଣ ଅଧିକାରୀ ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ମତ୍ସ୍ୟ ଅଧିକାରୀ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ଶିଶୁ ସୁରକ୍ଷା , ଜିଲା ଯୋଗାଣ ଅଧିକାରୀ, ରାଇଘର ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝି, ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ, ସିଡିପିଓ ଗୀତାଞ୍ଜଳି ମିଶ୍ର ଏବିଡିଓ ବିଜୟ କୁମାର୍ ସେଠୀ , ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ଉପାଦ୍ଦକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସ ସାମାଜିକ ସୁରକ୍ଷା ଅଧିକାରୀ , ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ,ଓ ଜିଲା ତଥା ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ   

Sunil Chandra Nayak

୧୨ ମଇ ୨୦୨୬କୁ “ଜାତୀୟ ଦାବି ଦିବସ” ଭାବେ ପାଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ 

Leave a Comment

error: Content is protected !!